ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ବାର୍ଷିକ ଉତ୍ସବ
ଜୟପୁର: ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୬ତମ ବାର୍ଷିକ ଉସôବ ୨୦୨୪-୨୫ ଜୟନଗର ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ଦ୍ୱାରା ପୂର୍ବରୁ ଆୟୋଜିତ ହୋଇଥିବା ସମସ୍ତ ପ୍ରତିଯୋଗୀତାରେ ଭାଗ ନେଇଥିବା ସର୍ବ କନିଷ୍ଠ, କନିଷ୍ଠ, ବରିଷ୍ଠ ଏବଂ ସାଧାରଣ ବର୍ଗର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ତପନ କିରଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବୈଦୁ୍ୟତିକ ଅଧିକ୍ଷଣ ଯନ୍ତ୍ରୀ ଇଂ କେଦାରନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୁନ୍ଦୁରା ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଡ଼. ସବିତା ଶତପଥୀ ଏବଂ ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନିଦେ୍ର୍ଦଶକ ଅନିକେତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉସôାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ସାଧାରଣ ସମ୍ପାଦକ ସୁବର୍ଣ୍ଣ କୁମାରୀ ଖିଲ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ନୂତନ ଭାବେ ବିଚାରକ ମାନଙ୍କୁ ମଞ୍ଚରେ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା । ପ୍ରତିଷ୍ଠାତା ସ୍ୱର୍ଗତ ଡକ୍ଟର ଗଙ୍ଗାଧର ନନ୍ଦଙ୍କ ସ୍ମୃତି ଉଦେ୍ଦଶ୍ୟରେ ନୟନ କିଶୋର ମହାନ୍ତି ଓ କୁମୁଦମାଳା ମହାନ୍ତି ଦ୍ୱୟଙ୍କୁ ଯୁଗ୍ମ ଭାବେ ଡ. ଗଙ୍ଗାଧର ନନ୍ଦ ଆଦର୍ଶ ଦମ୍ପତ୍ତି ସମ୍ମାନ ଶ୍ରୀମତୀ ନଳିନୀ କୁମାରୀ ମହାପାତ୍ରଙ୍କୁ ଡ. ଗଙ୍ଗାଧର ନନ୍ଦ ସଂସ୍କୃତି ରକ୍ଷକ ସମ୍ମାନ ଏବଂ ମାଣ୍ଡିଆ ରାଣୀ ଡ. ରାଇମତି ଘିଉରିଆଙ୍କୁ ଡ. ଗଙ୍ଗାଧର ନନ୍ଦ ବନବାସୀ ଗୌରବ ସମ୍ମାନ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ହଂସୀକା ସ୍ୱାଇଁ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ସୁବର୍ଣ୍ଣ କୁମାରୀ ଖିଲ ଅତିଥି ପରିଚୟ ପ୍ରଦାନ ଏବଂ ଅଜୟ କୁମାର ମଲିକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅନୁଷ୍ଠାନର ଉପଦେଷ୍ଟା ଡ. ଯଜ୍ଞଶ୍ୱର ପଣ୍ଡା, ଉପସଭାପତି ରାମ ଶଙ୍କର ଷଡଙ୍ଗୀ, କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣା, ସଙ୍ଗଠନ ସମ୍ପାଦକ ସବିତା ତ୍ରିପାଠୀଙ୍କ ସହ ଜାନକୀ ପାଣିଗ୍ରାହୀ, ଲିପିକା ଦଳେଇ, କୃଷ୍ଣ କେଶବ ଷଡଙ୍ଗୀ, ରିତାଞ୍ଜଳି ଡାକୁଆ ପ୍ରମୁଖ ସହଯୋଗ କରିଥିଲେ । ଏଥି ସହ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ହରିହର କରସୁଧା ପଟ୍ଟନାୟକ, ନଳିନୀ ରଞ୍ଜନ ମିଶ୍ର, ମହମୋଦ ସରିଫ, ଅଶୋକ ମହାରଣା, କିଶୋର ମିଶ୍ର, ଡ଼. ରାଜେନ୍ଦ୍ର ପାଢ଼ୀ, ପାର୍ବତୀ ଷଡଙ୍ଗୀ, ସୁନୀଲ ପାଢ଼ୀ, ହରେକୃଷ୍ଣ ମହାରଣା, ନିରଞ୍ଜନ ପାଣିଗ୍ରାହୀ, ରମାକାନ୍ତ ତ୍ରିପାଠୀ, ତପସ୍ୱିନୀ କୁମାରୀ ସାହୁଙ୍କ ସମେତ ବହୁ ଶୁଭେଛୁ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।