ତାଇକୋଣ୍ଡୋ ବେଲ୍ଟ ପ୍ରମୋସନ ଟେଷ୍ଟ 

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମରେ  ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ଫ ଡିଫେନ୍ସ  ହିଞ୍ଜିଳିକାଟୁ ତାଇକୋଣ୍ଡୋ ଏକାଡେମୀ ତରଫରୁ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ଟାଇକୋଣ୍ଡୋ ଏକାଡେମୀର ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ ଟାଇକୋଣ୍ଡୋ କୋଚ ଅମ୍ବିକା ପ୍ରସାଦ ଦାସଙ୍କ ପରୀକ୍ଷକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ବିଗତ ଦିନରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରରେ ପ୍ରଦର୍ଶନ କରିଥିବାରୁ ଏହି ଟାଇକଣ୍ଡୋ ସଂଘକୁ ସହର ବାସୀ ଭୁୟସୀ ପ୍ରଶଂସା କରିଥିଲେ  । ସମସ୍ତ ଜାତୀୟସ୍ତରରେ ମନୋନୀତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଶ୍ରୀ ଦାସ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ  ।ଏହି ବେଲ୍ଟ ଟେଷ୍ଟ ପରୀକ୍ଷାରେ ୬୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ  ।