ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ:  ସ୍ୱାସ୍ଥ୍ୟକର୍ମୀ ଓ ଆଟେଣ୍ଡାଣ୍ଟ ଦେଖୁଛନ୍ତି ରୋଗୀ

 ରାଜନଗର : ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ଗୁରୁତ୍ୱ ଦେଉଥିବାବେଳ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ମାଗଣାରେ ରକ୍ତ ସମେତ ବିଭିନ୍ନ ପରୀକ୍ଷା, ଔଷଧ ବିତରଣର ବ୍ୟବସ୍ଥା ରହିଛି । ମାତ୍ର କିଛି ଦୁର୍ନିତୀଖୋର ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହେଉଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବ୍ଲକ ସଦର ମହକୁମାଠାରୁ ୪୦କିଲୋମିଟର ଦୂରରେ ଥିବା ଏହି ସ୍ୱାସ୍ଥକେନ୍ଦ୍ରରେ ପ୍ରାୟ ୩୫ହଜାରରୁ ଉଦ୍ଧ୍ୱର୍ ଲୋକ ନିର୍ଭର କରିଥାନ୍ତି ।
ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଦିନ ୧୨ଟା ପର୍ଯ୍ୟନ୍ତ ରୋଗୀ ଦେଖୁଥିବା ବେଳ ଅପରାହ୍ନରେ ଡାକ୍ତରଙ୍କ ବଦଳରେ ସ୍ୱାସ୍ଥ୍ୟକର୍ମୀ ଓ ଆଟେଣ୍ଡାଟଂ ରୋଗୀ ଦେଖିଥାନ୍ତି । ସୁଇପର ଓ ସିକୁ୍ୟରିଟ୍ ଗାର୍ଡ ଔଷଧ ଦେଇଥାନ୍ତି । ସୂଚନା ଅନୁଯାଇ, ନିକଟରେ ଫାର୍ମାସିଷ୍ଟ ନିଯୁକ୍ତି ପାଇଥିଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଦ ପଡିନାହିଁ । ସ୍ୱାସ୍ଥ୍ୟକେନ୍ଦ୍ରରେ ନିରାମୟ ଯୋଜନାରେ ମାଗଣା ଔଷଧ, ସାଲାଇନ, ଓଆରଏସ ମିଳିବା ପରିବର୍ତ୍ତେ ସାମାନ୍ୟ ଥଣ୍ଡା ଧରିଲେ ଇସିଜି କାରିବା ପାଇଁ ପ୍ରେସକ୍ରିପସନ ଲେଖି ଏକ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ଔଷଧ କିଣିବା ନିମନ୍ତେ ସ୍ଥାନୀୟ ଔଷଧ ଦୋକାନକୁ ପଠାଇ ଦେଉଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମାଗଣା ମେଡିସିନି ସରି ଯାଇଛି, ଆସିଲେ ଦିଆଯିବ ବୋଲି କହି ରୋଗୀମାନଙ୍କୁ ଭୂଆଁ ବୁଲାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏନେଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଫାର୍ମାସିଷ୍ଟ ତାଲିମ ନେଉଛନ୍ତି । ତାଲିମ ସରିଲେ କାର୍ଯ୍ୟରେ ଯୋଗଦେବେ । ସ୍ୱାସ୍ଥ୍ୟସେବା ଠିକ ଭାବେ ଯୋଗାଇ ଦେବା ପାଇଁ ଅନୁଧ୍ୟାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଛନ୍ତି । ଏସଂପର୍କରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।