ଥାନାଧିକାରୀଙ୍କ ଦୁର୍ବ୍ୟବହାର; ଏସପିଙ୍କୁ ଅଭିଯୋଗ

 ପାଣିକୋଇଲି : ବାଲିଚନ୍ଦ୍ରପୁର ଥାନାରେ ସାମଜିକ କର୍ମୀଙ୍କୁ ଦୁର୍ବ୍ୟବହାର କରାଯାଉଥିବା ସଂପର୍କରେ ଏସିଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ମତେ ଗତ ୧୦ତାରିଖ ବାଲିଚନ୍ଦ୍ରପୁର ଥାନା ନସ୍ତା ଗ୍ରାମରେ ଏକ ଭୋଜି ଚାଲିଥିବା ବେଳେ ଜନକ ଗ୍ରାମର କିଛି ବ୍ୟକ୍ତି ରାସ୍ତାରେ ଯାଉଥିବା ବେଳେ ଜଣଙ୍କୁ ଧକ୍କା ଦେଇଥିଲା । 
ସ୍ଥାନୀୟ ଲୋକ ଘଟଣାସ୍ଥଳେ ପହଁଚି ଯିବାରୁ ଜନକ ଗ୍ରାମର କିଛି ଯୁବକ ଜାତିଆଣା ଗାଳିଗୁଲଜ କରି ଆକ୍ରମଣ କରିଥିଲେ । ଏସର୍ମ୍ପକରେ ନସ୍ତା ଗ୍ରାମର ଲୋକେ ଏସି ଏସ୍ଟି ଜଏଣ୍ଟ ଆକ୍ସନ କମିଟିକୁ ଜଣାଇ ସାହାଯ୍ୟ ଲୋଡିବାରୁ କମିଟିର ସମ୍ପାଦକ ଦୁଷ୍ମନ୍ତ ଜେନା ଲୋକଙ୍କୁ ଥାନାରେ ଅଭିଯୋଗ କରିବାକୁ ବାଲିଚନ୍ଦ୍ରପୁର ଥାନାକୁ ନେଇଥିଲେ । ସେହି ସମୟରେ ଯାଜପୁରରୋଡ ଏସଡିପି  ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ମଧ୍ୟ ଘଟଣା ସର୍ମ୍ପକରେ ଅବଗତ କରିଥିଲେ । ଏସଡିପିଓ ଥାନାରୁ ଗଲାପରେ ବାଲିଚନ୍ଦ୍ରପୁର ଥାନାଧିକାରୀ ଅଭିଯୋଗକାରୀଙ୍କ ସହ ସମାଜିକ କର୍ମୀଙ୍କୁ ଗାଳିଗୁଲଜ କରିଥିଲେ । ସାମାଜିକ କର୍ମୀ ଅମ୍ବେଦକର ଫାଉଣ୍ଡେସନର କାର୍ତିକ ମଲିକ, ପଙ୍କଜ ମଲିକ, ସିଭିଲ ସୋସାଇଟିର ବିଶ୍ୱନାଥ ପାତ୍ର ଏବଂ ଅନ୍ୟ କର୍ମୀଙ୍କ ଉପସ୍ଥିତିରେ ଯାଜପୁର ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏସପି ୟସ ପ୍ରତାପ ଶ୍ରୀମଲ ଘଟଣାକୁ ଗୁରୁତ୍ୱ ଦେଇ ଏସଡିପିଓଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ।