ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି କାଳନ୍ଦୀଙ୍କ ପରିବାର

ଦାନଗଦୀ: ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ପଙ୍କପାଳ ଗାଁର ତଳ ସାହିରେ ବହୁତ ଦୟନୀୟ ଅବସ୍ଥାରେ ବସବାସ କରୁଛନ୍ତି କାଳନ୍ଦୀ ରାଉତଙ୍କ ପରିବାର । ପଙ୍କପାଳ ଗାଁର ସ୍ୱର୍ଗତ ନରୋତମ ରାଉତଙ୍କ ପୁଅ ଅଟନ୍ତି କାଳନ୍ଦୀ । ପରିବାର କହିଲେ ସ୍ତ୍ରୀ, ପୁଅ ଓ ଝିଅ । ମଜୁରି ଲାଗିଲେ ପରିବାରର ଚୁଲି ଜଳେ । ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ମୁଣ୍ଡ ରହିବା ପାଇଁ ଗୋଟେ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଲା ନାହଁ । ଭଙ୍ଗା ଦଦରା ଘରକୁ ଜରିପାଲ ଘେରା । ବଡ଼ ଦୁଃଖ କଷ୍ଟରେ ଚଲୁଛନ୍ତି ଏହି ଦୁଃଖୀ ପରିବାର । ତାଙ୍କର ଦୁଃଖ ବଢ଼ାଇଦେଇଛି ଗତ ଦାନା ବାତ୍ୟା ସମୟରେ । ଦୁଇଦିନ ଧରି ହୋଇଥିବା ବର୍ଷାରେ ତାଙ୍କର ଘର ଭିତରେ ପାଣି ପଶିଗଲା । ମାଟି କାନ୍ଥ ପଡିଗଲା । ଫଳରେ ବର୍ତ୍ତମାନ ପଡିଶା ଘରେ ଆଶ୍ରୟ ନେଇଛନ୍ତି ପରିବାରର ୪ ପ୍ରାଣୀ । ପ୍ରଶାସନ ଏହି ଗରିବଟିକୁ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସେ ଗୁହାରୀ କରିଛନ୍ତି ।ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି କାଳନ୍ଦୀଙ୍କ ପରିବାର