ଧାନ ଫସଲ ନଷ୍ଟ କରୁଛନ୍ତି ବଣୁଆ ପାରା
ାା ପ୍ରଭାନୁ୍ୟଜ ।ା ବାଲିକୁଦା : ବଡ଼ଚଣା ବ୍ଲକ ମଝିପଡା ପଞ୍ଚାୟତ ବନମାଳିପୁର ଚଣ୍ଡିଆ ମଝିପଡା ଅଞ୍ଚଳର ଚାଷୀମାନେ ଚଳିତ ରୁତୁରେ ବିୟୋଳି ଧାନ ଚାଷ କରିଛନ୍ତି । ଧାନ ଗୁଡିକ ପାଚି ଅମଳକ୍ଷମ ହେଲା ବେଳେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଲରେ ପାଣି ରହିଛି । ଯାହା ଫଳରେ ଚାଷୀମାନେ ଫସଲ ଅମଳ କରିବାରେ ଅସୁବିଧା ହେଉଛି । ଧାନ ଗଛଗୁଡ଼ିକ ପବନରେ ଶୋଇ ରହିଥିବା ବେଳେ ପୁଣି ଏକ ବିପଦ ମାଡିଆସିଛି । ବଣୁଆ ପାରା ହଜାର ହଜାର ସଂଖ୍ୟାରେ ଧାନ କିଆରୀରେ ବସି ସବୁ ଧାନ ଖାଇ ଯାଉଛନ୍ତି । ଚାଷୀମାନେ ଭଲ ଫସଲ ଅମଳ କରିବାର ଆଶା ରଖିଥିବା ବେଳେ ପାରା ଗୁଡ଼ିକ ସବୁ ଧାନ ଖାଇ ଯାଉଛନ୍ତି । ଖାଲି ଧାନ ଗଛଗୁଡ଼ିକ ଠିଆ ହୋଇ ରହିଛି । ବନମାଳିପୁର ଚଣ୍ଡିଆ ମଝିପଡା ଅଞ୍ଚଳର ଚାଷୀ କେଶବ ରାୟ ଜମି ଦେଢ ଏକର ମଧୁ ଖୁଣ୍ଟିଆ ଏକ ଏକରେ କାଶିନାଥ ସାଇ ଜମି ଏକରେ ଚକ୍ରଧର ଭୂୟାଁ ଜମି ଦେଢ ଏକର ରାଧୁ ମହାନ୍ତି ଜମି ଏକ ଏକରେ ପ୍ରତାପ ସାହୁ ଏକ ଏକରେ ଧନେଶ୍ୱର ସେଠୀ ସତୁରୀ ଡିସିମିଲ ମିହିର ସାହୁ ପାଞ୍ଚ ସ ଡିସିମିଲ ଯୋଗେନ୍ଦ୍ର ଜେନା ଏକ ଏକରେ ସିତାରାମ ଖୁଣ୍ଟିଆ ଦୁଇ ଏକର ପ୍ରବୋଧ ଜେନା ଦୁଇ ଏକର ଜମି ପ୍ରାକୃତିକ ବିପଦ ସାଙ୍ଗକୁ ବଣୁଆ ପାରା ମାନଙ୍କର ଉପ୍ତପାତ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଭଳି ପରିସ୍ଥିତିରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଚାଷୀ ମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ଦାବି କରିଛନ୍ତି ।