ଦହିପାଳରେ କାଉ ମଡକ

ନାଉଗାଁ : ନାଉଗାଁ ବ୍ଲକ ବ୍ଲକର ତିରୁଣା ପଞ୍ଚାୟତ ସ୍ଥିତ ଦହିପାଳ ଗ୍ରାମ ଏବଂ ଏହାର ଆଖପାଖ ଗ୍ରାମରେ  କାଉ ମଡକ ଦେଖିବାକୁ ମିଳିଛି । ଏହାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହା ବ୍ଳାର୍ଡଫ୍ଲୁ ଜନିତ ଭୂତାଣୁ ସଂକ୍ରମଣ ବୋଲିି ଆଶଙ୍କା କରାଯାଉଛି । ଗ୍ରାମବାସୀ କହିବା ଅନୁଯାୟୀ, ୧୦ ରୁ ୧୨ଦିନ ହେବ ଗ୍ରାମର ବିଭିନ୍ନ ଗଛମୂଳ, ରାସ୍ତାକଡ, ଚାଷ ଜମିରେ କାଉ ମରି ପଡୁଛନ୍ତି । କିନ୍ତୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆଜି ଗ୍ରାମର ବିଚିତ୍ରାନନ୍ଦଙ୍କ ଘରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଲକ୍ଷାଧିକ ଟଙ୍କା ଋଣ କରି କୁକୁଡା ଫାର୍ମ କରିଥିବା ଯୁବକମାନେ ଏବେ ଏହି କାଉ ମଡକକୁ ନେଇ ଆତଙ୍କିତ ଅବସ୍ଥାରେ ଥିବା ଦେଖାଯାଇଛି । ତେଣୁ ପ୍ରାଣୀ ଚିକିତ୍ସା ବିଭାଗ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।