ଦିନଚର୍ଯ୍ୟା ଲାଇଭ୍ର ଜନ୍ମୋତ୍ସବ


ାା ପ୍ରଭାନୁ୍ୟଜ ।ା ଯାଜପୁରଟାଉନ: ଦୈନିକ ସମ୍ବାଦପତ୍ର ଦିନଚର୍ଯ୍ୟା ଲାଇଭ୍ର ଜନ୍ମୋତ୍ସବ ସ୍ଥାନୀୟ ଯାଜପୁର ଜିଲାପରିଷଦ ସମ୍ମିଳନୀ ଗୃହ ଠାରେ ସମ୍ପାଦକ ତପନ ମହାରଣ୍ୟ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ପ୍ର·ର ସମିତି ଆନୁକୁଲ୍ୟରେ ସାରସ୍ୱତ ସମାରୋହ, କବିତା ପାଠୋତ୍ସବ, ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ପୂର୍ବତନ ସାଂସଦ ଅଞ୍ଚଳ ଦାସ, ଯଜ୍ଞପ୍ରଭାର ସମ୍ପାଦକ ପଣ୍ଡିତ ଭୂପତିଭୂଷଣ ମିଶ୍ର, ବରିଷ୍ଠ ସମାଜସେବୀ ଭାସ୍କର ଜେନା, ଗାଳ୍ପିକ ରାମଚନ୍ଦ୍ର ଦାସ ଯୋଗଦେଇ ସାହିତ୍ୟ ସଂସ୍କୃତି ଓ କଳାକୁ ବଂଚାଇ ରଖିବାରେ ଓଡ଼ିଆ ଭାଷା ପ୍ର·ର ସମିତିର ଉଦ୍ୟମ ସ୍ୱାଗତ ଯୋଗ୍ୟ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।  ପ୍ରାୟ ଶତାଧିକ କବି ତାଙ୍କ ସ୍ୱରଚିତ କବିତା ଆବୃତ୍ତ କରିଥିବା ବେଳେ ଯୁବ କବି ଜିତେନ୍ଦ୍ର ବେହେରା ଓ କବି ବୈଦ୍ୟନାଥ ପଣ୍ଡା କବିତା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ କବୟିତ୍ରୀ ରଂଜିତା ଦାସ କବିତା ପଠନ କ୍ଷେତ୍ରରେ ସହଯୋଗ କରିଥିଲେ । ଦ୍ୱିତୀୟ ଅଧିବଶେନରେ ସମ୍ବର୍ଦ୍ଧନା ପର୍ବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ସାଂସଦ ଡ.ରବିନ୍ଦ୍ରନାରାୟଣ ବେହେରା ଯୋଗଦେଇ ଗଣମାଧ୍ୟମ ବଂଚି ରହିଲେ ଗଣତନ୍ତ୍ର ବଞ୍ଚିି ରହିବ ଏବଂ ଗଣ ମାଧ୍ୟମ ପ୍ରତ୍ୟେକ ବିଷୟକୁ ତର୍ଜମାକରି ଜନଗଣଙ୍କ ଆଗରେ ଉପସ୍ଥାପନ କରିବାରେ ସହାୟକ ହୁଅନ୍ତୁ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଦିନଚର୍ଯ୍ୟା ସମ୍ବାଦପତ୍ର ଐତିହାସିକ ସହର ଯାଜପୁରରୁ ପ୍ରକାଶ ପାଉଥିବାରୁ ଏହା ଆମ୍ଭର ଯାଜପୁର ଜିଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥିରୂପେ ଯୁବନେତା ବଳଭଦ୍ର ଦାସ, ସାହିତି୍ୟକ କାମେଶ୍ୱର ପଣ୍ଡା, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ସମ୍ବାଦପତ୍ର ଓଡ଼ିଶାର ସମସ୍ତ ଜସାଧାରଣଙ୍କ ଏକ ସ୍ୱର ହେଉ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ମହାନ୍ତି, ପ୍ରଯୁକ୍ତା ପ୍ରିୟଦର୍ଶନୀ ମହାନ୍ତି, ଗୋବିନ୍ଦ ଗଦାଧର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସାହିତି୍ୟକ ସାର୍ ନଟବର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତରଣୀ ମହରଣ୍ୟ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଯାଜପୁରର ଅଗ୍ରାଣୀ ସାଂସ୍କୃତିକ ଅନୁଷ୍ଠାନ ଆହ୍ୱାନର ସମ୍ପାଦକ ବିଶ୍ୱଜିତ ସାହୁଙ୍କ ଟିମ୍ ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ସଂଗୀତ ପରିବେଷଣ କରିଥିଲେ ।