ଦୁଃଖ ଦେଉଛି ଆମ୍ଭଗାଡ଼ିଆ ପୋଖରୀ : ପାଣି ଘେରରେ ୨୦ପରିବାର
ଯାଜପୁର/ବୈତରଣୀ ରୋଡ଼ : ଆଜିକାଲି ଗାଁ ଗଣ୍ଡାରେ ପୋଖରୀ ସଂଖ୍ୟା କମିବାରେ ଲାଗିଛି । ଗାଁ ପୋଖରୀ ଦାଏଦରକାର ବେଳେ କାମରେ ଆସେ । ଗାଧୁଆ ହେଉ କି ବାସନକୁସନ ମଜା ସବୁକାର୍ଯ୍ୟ ପୋଖରୀରେ ସଂପାଦନ କରିଥାନ୍ତି ଲୋକେ । ପୋଖରୀ ଉପକାର ଦେଇଥାଏ ଏକଥା କାହାକୁ ଅଜଣା ନୁହଁ । କିନ୍ତୁ ଆମ୍ଭଗାଡ଼ିଆ ପୋଖରୀ ୨୦ପରିବାର ପାଇଁ ଦୁଖର କାରଣ ପାଲଟିଛି । ବର୍ଷେ ନୁହେଁ ଦୀଘ ୨୦ବର୍ଷ ହେଲା ୨୦ ପରିବାର କଷ୍ଟ ଭୋଗି ଆସୁଥିବା ବେଳେ ପ୍ରଶାସନ ପାଖରେ ଏଖବର ଥିଲେ ମଧ୍ୟ କୈାଣସି ପ୍ରତିକାର କରାଯାଉନି । ଆମେ କହୁଛୁ କୋରେଇ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଜାଗୁଳାଇ ଗାଡ଼ିଆ ଗ୍ରାମ ମହାନ୍ତ ସାହିରେ ଥିବା ଆମ୍ଭଗାଡ଼ିଆ ପୋଖରୀର କଥା । ଏକରେ ଉପରେ ଥିବା ପୋଖରୀ ବର୍ଷାଦିନେ ମହାନ୍ତ ସାହିର ୨୦ ପରିବାରକୁ ଘରୁ ବାହାର କରିବାକୁ ଦିଏନି । ପୋଖରୀରୁ ପାଣି ନିଷ୍କାସନ ପାଇଁ କୈାଣସି ବ୍ୟବସ୍ଥା ନଥିବାରୁ ବର୍ଷାଦିନେ ଉଛୁଳଛୁଳ ହୋଇ ନିକଟରେ ଥିବା ଘର ଭିତରେ ପସିଯାଏ ।
ଚଳିତବର୍ଷ ଲଗାଣ ବର୍ଷା କାରଣରୁ ପୋଖରୀ ପାଶ୍ୱର୍ରେ ଥିବା ମହାନ୍ତ ସାହିର ୨୦ପରିବାର ଏକ ପ୍ରକାର ପାଣି ଘେରରେ ରହିଥିବା ବେଳେ ପାଣି ପ୍ରଭାବରେ ୪ବଖରା ଘର ଭୁସୁଡ଼ି ପଡ଼ିଛି । ସାହିର ତନୁ ଗୁରୁଙ୍କ ଘରଟି କାନ୍ଥ୍ ଗଳିପଡ଼ିଥିବା ବେଳେ ଶିଶିର ଗୁରୁ, ଗୌରାଙ୍ଗ ମହାନ୍ତି ଏବଂ ଗଣେଶ ମହାନ୍ତିଙ୍କ ଘର ମଧ୍ୟ ପ୍ରଭାବିତ ହୋଇଛି । ପୋଖରୀ ପାଣି ସାହିରେ ଲହଡ଼ିମାରୁଛି । ବିଭିନ୍ନ ରାସ୍ତ୍ାରେ ୨ଫୁଟ ଉପରେ ପାଣି ଜମିରହିଥିବାରୁ ପରିବାର ପ୍ରତିସମୟରେ ହନ୍ତସନ୍ତ ହେଉଛନ୍ତି । ପାଣିରେ ପାଣିଚର ଥିବାରୁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ପୋଖରୀ ପାଣି ନିଷ୍କାସିତ ହେଉନଥିବା ଏବଂ ଦଳରେ ଭର୍ତି ହୋଇଥିବାରୁ ଦୁର୍ଗନ୍ଦମୟ ପରିବେଶ ସୃଷ୍ଠି କରୁଛି । ବସବାସ କରୁଥିବା ଗରୀବ ଶ୍ରେଣୀୟ ପରିବାର ପୋଖରୀ ପାଇଁ ପ୍ରତିବର୍ଷ ପ୍ରଭାବିତ ହେଉଥିଲେ ହେଁ ପ୍ରଶାସନ ପକ୍ଷରୁ କୈାଣସି ପ୍ରତିକାର କରାଯାଉନି । ବାରମ୍ବାର ପ୍ରାସନର ଦୃଷ୍ଠି ଆକର୍ଷଣ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ବ୍ଲକ କର୍ତୁପକ୍ଷ ପିଇଓଙ୍କୁ କୁହ ବୋଲି କହୁଥିବା ବେଳେ ସରପଞ୍ଚ ମଧ୍ୟ ଉତ୍ପତି ସମସ୍ୟାର ସମାଧାନକରିବା ଦିଗରେ ଆଗ୍ରହ ଦେଖାଉ ନାହାନ୍ତି । ଦୁଷିତ ପୋଖରୀ ପାଣି କୈାଣସି ସମୟରେ ରୋଗ ବୈରାଗର କାରଣ ପାଲଟିବାର ଆଶଙ୍କା ସାହିର ଲୋକେ କରିଛନ୍ତି । ଅନ୍ୟପକ୍ଷରେ ଆଜି ସାହିର କିଛି ଯୁବକ ପୋଖରୀକୁ କବଳିତ କରିଥିବା ଦଳ ସଫେଇ କରିବାକୁ ଆଗେଇ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏଥିପ୍ରତି ଦୃଷ୍ଠି ଦେବାକୁ ସାହିର ଲୋକେ ବିଡ଼ିଓ ଏବଂ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।