ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ

 କଟକ/ ଫୁଲବାଣୀ:  ମାଓ ଦମନ ଅଭିଯାନରେ କନ୍ଧମାଳ ଜିଲ୍ଲା ପୁଲିସକୁ ମିଳିଛି ଆଉ ଏକ ସଫଳତା ।  ଆଜି ମଧ୍ୟାହ୍ଣ ୧୨ଟା ସମୟରେ ବାଲିଗୁଡ଼ା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ ଡିଭିଏଫ୍ ଯବାନ ସର୍ଚ୍ଚ ଅପରେସନ୍ କରି ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ନିପାତ କରିଛନ୍ତି । ଉଭୟ ମାଓବାଦୀ ମଙ୍କୁ ଓ ଚନ୍ଦନ ବୋଲି ଚିହ୍ନଟ କରାଯାଇଛି । କନ୍ଧମାଳ ଜିଲ୍ଲାରେ ସକି୍ରୟ ଥିବା ମାଓବାଦୀ ଗ୍ରୁପ୍ର ମଙ୍କୁ ଏସିଏମ କ୍ୟାଡର୍ର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ଜଣାପଡ଼ିଛି । ପୁରାଣଜିଆବ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ପରେ କନ୍ଧମାଳ ଏସପି ହରିଶ ବିସିଙ୍କ ନିଦେ୍ର୍ଦଶକ୍ରମେ ଡିଭିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିବା ବେଳେ ଯବାନମାନେ ଏହାର ପାଲଟା ଜବାବ ଦେଇ ଦୁଇଜଣଙ୍କୁ ନିହତ କରିଥିଲେ । ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ୧ଟି ରିଭଲଭର, ଜୀବନ୍ତ ଗୁଳି, ୱାକିଟକି, ବ୍ୟାଟେରୀ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । ପୁଲିସ ଉଭୟଙ୍କ ମୃତ ଦେହ ଜବତ କରିବା ସହ ସଂପୃକ୍ତ ଅଞ୍ଚଳରେ ଅପରେସନ ଯୋରଦାର କରିଛି । ସଂପୃକ୍ତ ଅଞ୍ଚଳରେ ପୁଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୂର ଖୁରାନିଆ ଏହି ସଫଳତା ପାଇଁ କନ୍ଧମାଳ ଜିଲ୍ଲା ଏସପି ଏବଂ ଡିଭିଏଫ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।