ଦୃଷ୍ଟି ବାଧିତଙ୍କୁ ସହାୟତା

 ସିଂହପୁର : ସର୍ବେଶ୍ୱର ନାୟକ ସ୍ମୁତି ସ୍ମାରକୀ ପକ୍ଷରୁ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଛି । ସିଂହପୁର ଗ୍ରାମର ଦିବଗନ୍ତ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିକାରୀ ସମାଜ ସଂସ୍କାରକ ତଥା ହାଇସ୍କୁଲ୍ର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସର୍ବେଶ୍ୱର୍ ନାୟଙ୍କକ ସ୍ମୃତିରେ ତାଙ୍କର ସୁକନ୍ୟା ଅଞ୍ଜୁପ୍ରଭା ଓ ସ୍ନେହପ୍ରଭା ଅଞ୍ଚଳର ୧୬ ଜଣ ଦୃଷ୍ଟି ବାଧିତଙ୍କୁ ସହାୟତା ପ୍ରଦାନ କରିଥିଲେ । ସିଂହପୁର ବରିଷ୍ଟ ନାଗରିକ ମଞ୍ଚର କର୍ମକର୍ତ୍ତା ସହାୟତା ପ୍ରଦାନ କରିଥିଲେ । ବରିଷ୍ଟଅଧିକାରୀ ନାଗରିକ ମଞ୍ଚର କର୍ମକର୍ତ୍ତା ନିରଞ୍ଜନ ଦାସ, ପ୍ରଦୀପ କୁମାର ଜେନା, ଚନ୍ଦ୍ରଶେଖର ନାୟକ, ସନ୍ତୋଷ କୁମାର ବେହୂରିଆ ପ୍ରମୁଖ ପ୍ରତ୍ୟେକଙ୍କ ଘରେ ପହଞ୍ଚି ପ୍ରତ୍ୟେକଙ୍କକୁ ରଜ ମିଠା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଖରସ୍ରୋତା ପୁସ୍ତକ ମେଳାର ସଭାପତି ପଦ୍ମାକର ଗୁରୁ, ସାମ୍ୱାଦିକ ଅନିରୁଦ୍ଧ ବେଉରିଆ, ଜିଲାପରିଷଦ ସଭ୍ୟ ନନ୍ଦକେଶୋର ସାମଲ, ପୂର୍ବତନ ସରପଞ୍ଚ ନିରଞ୍ଜନ ବେଉରିଆ, ପୂର୍ବତନ ବ୍ଲକ୍ ଅଧକ୍ଷ ପୁରୁଷୋତମ ବେହେରା, ସରପଞ୍ଚ ଶଶାଙ୍କ ଶେଖର ଖିଲାର ପ୍ରମୁଖ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।