ଦୋକାନ ଗୃହ ଭଙ୍ଗା ଘଟଣାରେ ମାମଲା ରୁଜୁ
ତିହିଡି : କୋର୍ଟରେ ବିଚରାଧିନ ଥିବା ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରରେ ଦୋକାନ ଗୃହ ଭଙ୍ଗା ଘଟଣାରେ କେତେକ ନାମଧାରୀଙ୍କ ସମେତ ୫୦ରୁ ଉର୍ଦ୍ଧ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମିର୍ଜାପୁର ମୌଜାର ଖାତା ନମ୍ବର ୧୦୫୦, ପ୍ଲଟ୍ ନମ୍ବର ୨୪୬୨ଟି ଘରବାଡି କିସମର ୮ ଡିସିମି୍ ରହିଛି ଏବଂ ସେଥିରେ କେତେକ ଦୋକାନ ଗୃହ ମଧ୍ୟ ରହିଛି । ତେବେ ଉକ୍ତ ଜାଗାକୁ ନେଇ ଅଂଶୀଦାରମାନଙ୍କ ମଧ୍ୟରେ ନାନାଦି ମାଲି ମୋକଦ୍ଦମା ·ଲୁଅଛି । ଉକ୍ତ ଜାଗାଟି ବିଶ୍ୱମୈତ୍ରୀ ନାୟକଙ୍କ ଶ୍ୱଶୁର ଘରର ଯୁଗ୍ମ ଅଂଶୀଦାର ଭାବେ ରହିଥିବା ବେଳେ ଅଂଶୀଦାରମାନଙ୍କ ମଧ୍ୟରେ ବିବାଦକୁ ନେଇ କୋର୍ଟରେ ଦୁଇଟି ମାମଲା ·ଲୁ ରହିଛି । କିଛିଦିନ ତଳେ ଗୋଟିଏ ମାମଲାର ଶୁଣାଣୀ ହୋଇଛି ଏବଂ ଅନ୍ୟଟି ବିଚରାଧିନ ରହିଛି ।
ତେବେ ଶୁଣାଣୀ ହୋଇଥିବା ମାମଲାରେ ଅଂଶୀଦାର ବିଶ୍ୱମୈତ୍ରୀ ନାୟକ ଉପର ଅଦାଲତରେ ଆଶ୍ରୟ ମଧ୍ୟ ନେଇଛନ୍ତି ଏବଂ ଏନେଇ ସମସ୍ତଙ୍କ ଅବଗତି ନିମନ୍ତେ ସୂଚନା ମଧ୍ୟ ପ୍ରଦାନ କରାଯାଇଛି । ମାତ୍ର ଉକ୍ତ ଦୋକାନ ଗୃହକୁ ଭାଙ୍ଗି ଜାଗାକୁ ଅକ୍ତିଆର କରିବା ଲାଗି କେତେକ ଉଦ୍ୟମ ଚଳାଇ ଆସୁଥିବା ବେଳେ ୨୯ ତାରିଖ ରାତିରେ ଜେସିବି ମେସିନ୍ ଲଗାଇ ଦୋକାନ ଗୃହକୁ ଭଙ୍ଗା ଯାଇଥିଲା । ଖବର ପାଇ ବିଶ୍ୱମୈତ୍ରୀ ନାୟକ ଓ ତାଙ୍କ ପୁଅ ଘଟଣା ସ୍ଥଳକୁ ଆସି ବିରୋଧ କରିଥିଲେ । ମାତ୍ର ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିବା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଭଙ୍ଗାରେ ଦୋକାନର ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏନେଇ ପୋଲିସ ଏକ ମାମଲା ୨୬୨/୨୫, ଦଫା ଦଫା ୧୨୬(୨), ୧୧୫(୨), ୭୪, ୩୦୩(୨), ୩୨୪(୪), ୩୫୧(୨), ୩(୫) ବିଏନଏସରେ ରୁଜୁକରି ଅଧିନ ତଦନ୍ତ ଚଳାଇଛି ।