ଦୋହଲିଲା ଆସିକାର ବିଜେଡି ଗଡ଼  : ବିଜେପିରେ ଯୋଗଦେଲେ ସାତ ସରପଞ୍ଚ

 ଆସିକା: ବିଧାୟକ ସରୋଜ ପାଢ଼ୀଙ୍କ ଉପସ୍ଥିତରେ ବିଜେପିରେ ଯୋଗଦେଲେ ଆସିକା ପଂଚାୟତ ସମିତି ଉପାଧ୍ୟକ୍ଷା ସମେତ ସାତ ସରପଞ୍ଚ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଆସିକା ପଂଚାୟତ ସମିତି ଉପାଧ୍ୟକ୍ଷା ସମେତ ବିଜେଡି ସମର୍ଥିତ ୭ ସରପଞ୍ଚ ଆଜି ବିଜେପିରେ ଯୋଗ ଦେଇଥିଲେ । ବିଜେଡ଼ି ନେତୃତ୍ୱ ଏବେ ସଂକଟରେ ତେଣୁ ଏଭଳି ପରିସ୍ଥିତି ଉପୁଜିଛି । ଆଗକୁ ଆହୁରି କେତେକ ସମିତି ସଭ୍ୟ ମଧ୍ୟ ବିଜେଡ଼ି ଛାଡିବାକୁ ମସୁଧା ବି ଚାଲିଛି । ଆସିକା ନିର୍ବାଚନ ମଣ୍ଡଳୀର ବଜ୍ରକୋଟ ନିକଟ ନାରାୟଣପୁର ବିଧାୟକଙ୍କ ଫାର୍ମ ହାଉସରେ ବିଧାୟକ ସରୋଜ କୁମାର ପାଢ଼ୀଙ୍କ ଉପସ୍ଥିତରେ ମିଶିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱ ଉପରେ ବିଶ୍ୱାସ କରି ବିଜୁ ଜନତା ଦଳର ବହୁ ନେତା, କର୍ମୀ ଦଳ ତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ଆସିକା ପଂଚାୟତ ସମିତିର ଉପାଧ୍ୟକ୍ଷା ରେଶମା ଦୋରା, ଭେଟନଇ ସରପଞ୍ଚ ନମିତା ଜେନା, ବରିଷ୍ଠ ନେତା ଟୁଲୁ ଜେନା, ବାଲିସିରା ସରପଞ୍ଚ ଦୈତାରୀ ବେହେରା, ଅଲିପୁର ସରପଞ୍ଚ ଜ୍ୟୋତ୍ରୀମୟୀ ନାହାକ, ସମୀର ବେହେରା, ସରପଞ୍ଚ ଜୟନ୍ତୀ ବେହେରା, ଖରିଆ ସରପଞ୍ଚ ଜୟନ୍ତି ସାହୁ ଏବଂ ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବାଙ୍ଗରଡ଼ା ସରପଞ୍ଚ ରଂଯୁକ୍ତା ବିଶ୍ୱାଳ, ଓ ପାଣ୍ଡିଆପଥର ସରପଞ୍ଚ ନୀଳାଞ୍ଚଳ ଗୌଡ଼ ସମେତ ବିଜେଡିର ଶଙ୍କର ସେଠୀ, ନାରାୟଣ ଡାକୁଆ ସମେତ ଅନେକ କର୍ମୀ ଯୋଗ ଦେଇଥିଲେ କ୍ଷ ଏଥି ସହିତ ଆଗାମୀ ଦିନ ରେ ବହୁ କର୍ମୀ, ସଂଗଠକ, ଯୁବ, ଛାତ୍ର ମହିଳା ମଧ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଆଜିର ଏହି ମିଶ୍ରଣ ପର୍ବ ପରେ ବିଜେଡି ଗଡ଼ ଭୁଷୁଡିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।