ଦ୍ୱିତୀୟ ଦିନରେ ଆନେ୍ଦାଳନ; ରାଜଧାନୀରେ ଗର୍ଜିଲେ କଳିଙ୍ଗନଗର ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର

ଯାଜପୁର-ଦାନଗଦୀ: ବିଧାନସଭା ଅଧିବେଶନ ଆରମ୍ଭରେ ରାଜଧାନୀରେ ଶୁଭିଛି କଳଙ୍ଗନଗର ବିସ୍ଥାପିତ ଓ କ୍ଷତିଗସ୍ତ ପରିବାରଙ୍କ ଗର୍ଜନ । ଏକ ସମୟରେ କଳିଙ୍ଗନଗରରେ ଟାଟା ପ୍ରକଳ୍ପକୁ ବିରୋଧ କରି ରାଜପଥକୁ ଅବରୋଧ ରଖିବାର ନେତୃତ୍ୱ ନେଉଥିବା ପରିବାରର ପ୍ରମୂଖ ଆଜି ଲୋୟର ପିଏମଜିରେ ସେମାନଙ୍କ ଦାବି ହାସଲ ପାଇଁ ସ୍ୱର ଉଠାଇଥିଲେ । ଚକ୍ରଧର ଆଲଦା, ବାବୁଲି ହାଇବ୍ରୁ, ରବିନ୍ଦ୍ର ଜାରିକା ସାଧୁ ହନଗାଙ୍କ ସହ ପଚାଶରୁ ଅଧିକ ବିସ୍ଥାପିତ-କ୍ଷତିଗସ୍ତ ଲୋୟର ପିଏମଜିରେ ଏକାଠି ହୋଇ ସେମାନଙ୍କ ଦାବିକୁ ସରକାର ମାନି ନିଅନ୍ତୁ ବୋଲି ଗର୍ଜନ କରି କହିଥିଲେ । ସମ୍ବିଧାନ ଦିବସରେ ବିସ୍ଥାପିତ-କ୍ଷତିଗସ୍ତ ଏକ ଶୋଭାଯାତ୍ରାରେ ଲୋୟର ପିଏମଜିରେ ପହଁଚି ନାରାବାଜି ଦେଇଥିଲେ । କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଶିଳ୍ପ ଗଢିଉଠୁଥିବା ଏବଂ ସଂପ୍ରସାରଣ ହେଉଥିବା ବେଳେ ବର୍ଷବର୍ଷ ଧରି ବିସ୍ଥାପିତ ପରିବାର ଶିଳ୍ପ ଓ ସରକାରଙ୍କ ଉଦାସିନତାରୁ ତାଙ୍କ ଭବିଷ୍ୟତ ଅନ୍ଧକାରମୟ ଆଡ଼କୁ ଚାଲିଯାଉଥିବାର ଆରୋପ ଲଗାଇଥିଲେ । ଶିଳ୍ପପାଇଁ ଘରବାଡ଼ି ହରାଇଥିବା ପରିବାରଙ୍କ ଦୁଖ ଜିଲା ପ୍ରଶାସନ କି ଶିଳ୍ପ ସଂସ୍ଥା ବୁଝୁନଥିବାରୁ ସେ ଆଜି ଶୀତକାକରରେ ବିସ୍ଥାପିତ ପରିବାର ସୋମାନଙ୍କ ଦାବି ପୂରଣ ପାଇଁ ନୀଳାଚଳ କାରଖାନା ସମ୍ମୁଖରେ ବସିରହିଛନ୍ତି । ସରକାର ସେମାନଙ୍କ ଦାବି ଶୁଣିବାକୁ ନାରାଜ ରହୁଥିବା ଅଭିଯୋଗ ଆଣିଥିଲେ । ଅନ୍ୟପଟେ ନୀଳାଚଳ ବିସ୍ଥାପିତଙ୍କ ଆନେ୍ଦାଳନ ଦ୍ୱିତୀୟ ଦିନରେ ପହଁଚିଛି । ବିସ୍ଥାପିତ ପରିବାର ଡ଼ୁବୁରୀ-ଦାନଗଦୀ ମୁଖ୍ୟରାସ୍ତାରେ ତମ୍ଭୁମାରି ବସିଛନ୍ତି । ରାଜରାସ୍ତାକୁ ଅସ୍ଥାୟୀ ଘର କରିଦେଇଥିବା ପରିବାରକୁ ବୁଝାଇବାକୁ ଏଡ଼ିଏମ କଳିଙ୍ଗନଗର ଏବଂ ଭୂ-ଅର୍ଜନ ଅଧିକାରୀ ଆଜି ଦିନ ତମାମ ଚେଷ୍ଠା କରିଥିଲେ ହେଁ ଫେଲ ମାରିଥିଲେ । ଫଳରେ ବାରଗଡିଆ ମଙ୍ଗଳା ପୀଠ ଠାରୁ ପୁରୁଣା ଟୋଲ ଗେଟ ପଯ୍ୟନ୍ତ ରାସ୍ତା ଗତକାଲି ଠାରୁ ବନ୍ଦ ଅଛି । ଆନେ୍ଦାଳନ ସ୍ଥଳକୁ ନୀଳାଚଳ କାରଖାନା ପରିଚାଳନା ନିଦେ୍ର୍ଧଶକ ସୁଧୁରି ମେହେଟା ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ପହଁଚି ରାସ୍ତାଉପରୁ ଉଠି ଆଲୋଚନା ପାଇଁ ବସିବା ପାଇଁ ଡାକିଥିଲେ । ଆନେ୍ଦାଳନ କାରୀ ଏହି ରାଜ ରାସ୍ତାରେ ସର୍ବ ସମ୍ମୁଖରେ ଯାହା ଆଲୋଚନା ହେବା କଥା ହେଉ ବୋଲି କହିଥିଲେ । ଆନେ୍ଦାଳନକାରୀଙ୍କ କହିବା କଥା ଯେଉଁ ଦାବୀ ଗୁଡିକ ଆମର ଅଛି ସେଗୁଡିକ ଆଜିର ନୁହେଁ ବାରମ୍ବାର ଆଲୋଚନା କରି ବିଫଳ ହେଲା ପରେ ଆଉ ଅଫିସକୁ ଯାଇ ଆଲୋଚନା କରି କିଛି ଲାଭ ନାହଁ । ତେଣୁ  ରାଜରାସ୍ତାରେ ସବୁ ସମାଧାନ ହେଉ । ବିସ୍ଥାପିତ ପରିବାର ଯେତେ ଦିନ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି ଆମେ ଆଉ ପଛକୁ ଫେରିବୁ ନାହଁ  ପ୍ରକାଶ କରିଛନ୍ତି । ପୂର୍ବରୁ ଯେପରି କାରଖାନା ଫାଟକ ସାଇଟରେ ତିନି ମାସ ବସିଥିଲୁ ସେପରି ବସିବୁ. ପୁଲିସ ପ୍ରଶାସନ ଆମ ବାଟ ଓଗାଳୁଛି କାହିଁକି ବୋଲି ଓଲଟା ପ୍ରଶ୍ନ କରିଛନ୍ତି?