ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଅପିଲ

 ଧର୍ମଶାଳା: ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ୪୫ପଞ୍ଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକର ୩୮ସମିତିସଭ୍ୟ/ସରପଞ୍ଚ ଜିଲାପାଳଙ୍କୁ ଭେଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିବା ବେଳେ ଉପଜିଲାପାଳ ଅଭିଯୋଗର ତଦନ୍ତ କରିବାକୁ ବିଡ଼ିଓଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ବିଡ଼ିଓ ତଦନ୍ତ କରି ଉପଜିଲାପାଳଙ୍କୁ ରିପୋର୍ଟ କରିବା ପରେ ଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବ୍ଲକରେ ୪୫ ପଞ୍ଚାୟତ ରହିଥିବା ବେଳେ ୪୫ ସମିତିସଭ୍ୟ ଓ ୪୫ ଜଣ ସରପଞ୍ଚ ନିର୍ବାଚିତ ହୋଇଥିଲେ । ହେଲେ ଜେନାପୁର ଓ ଚୋରମୁହାଁ ସରପଞ୍ଚଙ୍କ ଅକାଳ ବିୟୋଗରୁ ପଦ ଖାଲିପଡ଼ିଛି । ବିଜେଡ଼ିର ଗଡ଼ଥିବା ଧର୍ମଶାଳା ବିଧାନସଭା କ୍ଷେତ୍ରଟି ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦଖଲରେ । ବିଜେପି ସମର୍ଥକ ସଦସ୍ୟ ଭାବେ ପରିଚିତ ହିମାଂଶୁ ଏବେ ନିର୍ବାଚନ ମଣ୍ଡଳୀରେ ଦଳକୁ ସଂଗଠିତ କରିବାରେ ଲାଗିଛନ୍ତି । ସରକାର ବଦଳିବା ପରେ ବିଜେଡ଼ିର ଅନେକ ପଞ୍ଚାୟତ ପ୍ରତିନିଧି ବିଧାୟକ ହିମାଂଶୁଙ୍କ ସହ ସାମିଲ ହୋଇଛନ୍ତି । ପଞ୍ଚାୟତ ପ୍ରତିନିଧି ବିଜେଡ଼ିରୁ ମୁହଁ ଫେରାଇବା ପରେ ବ୍ଲକକୁ ବିଜେଡ଼ି ମୁକ୍ତ କରିବାକୁ ପଞ୍ଚାୟତ ପ୍ରତିନିଧି ପଦକ୍ଷେପ ନେଇଛନ୍ତି । ଧର୍ମଶାଳା ବ୍ଲକର ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସାନ ଭାଇ ପ୍ରଭାତ କୁମାର ରହିଛନ୍ତି । ଯାହା ଫଳରେ ବ୍ଲକରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଅନାସ୍ଥା ଆଣିଥିବା ପଞ୍ଚାୟତ ପ୍ରତିନିଧି ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ବିଧାୟକଙ୍କ ସମର୍ଥôତ ପଞ୍ଚାୟତ ପ୍ରତିନିଧି ଦସ୍ତଖତ ଯାଞ୍ଚରେ ଉପସ୍ଥିତ ହେବା ପରେ ରାଜନୈତିକ ମାହୋଲ ସରଗରମ ହେବ ବୋଲି କୁହାଯାଉଛି ।