ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ
ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବଦଳିଗାଁ ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ (ଆର ଆଇ) ଶରତ ଚନ୍ଦ୍ର ପଶାଙ୍କ ଗତକାଲି ବାୟସାଧିକ କାରଣ ଯୋଗୁଁ ପରଲୋକ ଘଟିଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ଆଧ୍ୟାତ୍ମିକବାଦୀ, ଧର୍ମ ପରାୟଣ, ପରୋପକାରୀ ଓ ଦରଦୀ ମଣିଷ ଥିଲେ ।ତାଙ୍କ ବିୟୋଗରେ ନିଜ ଗ୍ରାମ ତଥା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କର ୪ ପୁଅ,୧ ଝିଅ,ବୋହୁ, ନାତିନାତୁଣୀ ଓ ପରିବାର ବର୍ଗ ମୃତୁ୍ୟ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।ପୁଅ ଅନନ୍ତ କୁମାର ପଶାଙ୍କ ବ୍ଲକର ବିଭିନ୍ନ ସାମାଜିକ,ସାଂସ୍କୃତିକ ଓ ରାଜନୈତିକ ସଂସ୍ଥା ସହିତ ସଂପୃକ୍ତି ରହିଛି । ବଡ଼ସାହି ବ୍ଲକ୍ ଅଧ୍ୟକ୍ଷା ମିନତୀ ସିଂ,ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ଦାସ,ରାଜ କିଶୋର ଆଚାର୍ଯ୍ୟ,ରଣଜିତ୍ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ଲୋକେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।