ଧସୁଛି  ନଦୀବନ୍ଧ, ଆତଙ୍କିତ ଲୋକେ

 ଭୁବନେଶ୍ୱର:  ବାଲିଅନ୍ତା ବ୍ଲକ ଅଧୀନ ଚଢେଇବାର-ବାୟାଁପଦା ନିକଟସ୍ଥା ଭାର୍ଗବୀ ନଦୀପଠାରୁ ବଡ ବଡ ମାଟି ଅତଟା ଧସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ଜଳସମ୍ପଦ ବିଭାଗ ପଥର ପ୍ୟାକିଂ କରି ନଦୀବନ୍ଧକୁ ସୁଦୃଢ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । କିଛି ବର୍ଷ ତଳେ ମାଫିଆ ଭ୍ୟାକୁମ ମେସିନ ଲଗାଇ ବାଲି ଉଠାଇ ନଦୀ ଶର୍ଯ୍ୟାକୁ ଗଭୀର କରି ଦେଇଥିଲେ । ଫଳରେ ନଦୀରେ କୃତ୍ରିମ ଗଭୀର ଗଣ୍ଡ ସୃଷ୍ଟି ହୋଇଛି । ଏବେ ପୁରୋହିତପୁର ପଞ୍ଚାୟତ ଅଧୀନ ଚଢେଇବର ଠାରୁ ପୁରଣପଧାନ ପଞ୍ଚାୟତ ଅଧୀନ ବାୟାଁପଦା ପର୍ଯ୍ୟନ୍ତ ପ୍ରାୟ ଦେଢ ଶହ ମିଟ ନଦୀପଠା ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ପାଶ୍ୱର୍ ନଦୀରେ ଚଳପ୍ରଚଳ କରୁଥିବା ଅଜଣା ଲୋକଙ୍କୁ ଗାଁ ଲୋକେ ନଦୀକୁ ନ ଗଡିବା ପାଇଁ ବାରଣ କରିଥାନ୍ତି । ନଦୀ ପଠାରେ ଭୋଜି କରିବାକୁ ଅସୁଥିବା ଯୁବକମାନଙ୍କ ମଧ୍ୟରୁ ଏକାଧିକ ଯୁବକ ବୁଡି ମୃତୁ୍ୟବରଣ କରିବାର ଦୁଷ୍ଟାନ୍ତ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଢେଇବର ପଠାକୁ ଗାଁ ପିଲାମାନେ ଖେଳ ପଡିଆ ଭାବେ ବ୍ୟବହାର କରିଥାନ୍ତି । ପଠା ଖେଳପଡିଆରେ ଜଙ୍ଗଲ ବିଭାଗ ପକ୍ଷରୁ ବନୀକରଣ କରାଯାଇଥିଲା । ହେଲେ ଏବେ ଅତଡା ଧସିବା ଫଳରେ ପଠାରେ ଥିବା ବୃକ୍ଷ ସବୁ ନଦୀ ଗର୍ଭରୁ ଖସି ପଡୁଛି । ଆଉ ଗୋଟିଏ କଥା ହେଳା ପ୍ରଳୟଙ୍କାରୀ ବନ୍ୟା ସମୟରେ ଆଖପାଖ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଭାର୍ଗବୀ ନଦୀବନ୍ଧ ଦୁର୍ବଳ ହୋଇପଡିବା ହେତୁ ଅନେକ ସ୍ଥାନରେ ଘଳିଆ ପଡି ଗାଁ, ଧାନ ଫସଲ କ୍ଷେତ କ୍ଷତିଗ୍ରସ୍ତ ହେଉଛି ଚଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳିନି । ତେଣୁ ଉପରୋକ୍ତ ଦେଢଶହ ମିଟର ନଦୀପଠା ଅଞ୍ଚଳ ପଥଣ ପ୍ୟାକିଂ କରିବାକୁ ସମଜେସେବୀ ପ୍ରଦୀପ୍ତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଦୁଇଖଣ୍ଡ ଗାଁର ମୁରବିମାନଙ୍କୁ ନେଇ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇବାକୁ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି ।