ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଆଲୋଚନା

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଆଇନମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେବା ପରେ ଏହାର ସଠିକ ପରିଚାଳନା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଅପରପକ୍ଷରେ ରୌଦ୍ରତାପକୁ ଦୃଷ୍ଟିରେ ରଖି ଆଗନ୍ତୁକ ଭକ୍ତମାନଙ୍କର ଆନୁସଂଗିକ ବ୍ୟବସ୍ଥା ସହ ପାନୀୟ ଜଳ ଯୋଗାଇ ଦିଆଯିବ । ଛାୟା ପ୍ରଦାନ ପାଇଁ ସେଡ଼ମାନ ପ୍ରତିଷ୍ଠା କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଏସ୍ପି ବିନିତ ଅଗ୍ରୱାଲ, ନୀତି ପ୍ରଶାସକ, ସେବାୟତମାନେ ଯୋଗଦାନ କରିଥିଲେ ।