ଧାନମଣ୍ଡି ଉଦଘାଟିତ
ପଟ୍ଟାମୁଣ୍ଡାଇ: ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ କେନ୍ଦ୍ରାପଡା ଜିଲ୍ଲା, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ କୃଷି ସେବା ସମବାୟ ସମିତିରେ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ବଡ଼ମୂଳବସନ୍ତ ସମବାୟ ସମିତି ସଭାପତି ସଞ୍ଜୟ କୁମାର ଲେଙ୍କା ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉସôବରେ ନୋଡାଲ ଅଫିସର ଭାବେ ରାଜସ୍ୱ ନୀରକ୍ଷିକା ସନ୍ଧ୍ୟାରାଣୀ ବରାଳ, ସରପଞ୍ଚ ସନ୍ତୋଷ କୁମାର ସେଠୀ, ସମ୍ପାଦକ ଅଜୟ କୁମାର ଦାସ, ନିଦେ୍ର୍ଧଶକ ପ୍ରଫୁଲ୍ଲ କୁମାର ପ୍ରଧାନ, ଛତିସ ପରିଡା, କୃଷ୍ଣଚନ୍ଦ୍ର ଧଳ, ବିଶ୍ୱନାଥ ବାରିକ, କୃଷକମାନଙ୍କ ପକ୍ଷରୁ ନିରଞ୍ଜନ ଦାସ, ସଂଜୟ ଦାସ, ସୋମ୍ୟଶ୍ୟ ପାତ୍ର, ପ୍ରଭାକର ଦାସ, ବସନ୍ତ ସାହୁ, ତ୍ରିଲୋଚନ ମଲ୍ଲିକ, ରତିକାନ୍ତ ସେଠୀ, ବସନ୍ତ ସେଠୀ, ଜ୍ଞାନେନ୍ଦ୍ର ସେଠୀ, ବିଭୁତି ପାତ୍ର, ଡିଇଓ ପଦ୍ମାଳୟା ଦାସ, କର୍ମଚାରୀ ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନୀ ଉସôବ ପରେ ଏସ୍ଏଲ ପିସି ସଭା ଆରମ୍ଭ ହୋଇଥିଲା । ସମିତି ସଭାପତି ସଞ୍ଜୟ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏସଏଲ ପିସି ସଭାରେ ନୋଡାଲ ଅଫିସର ରାଜସ୍ୱ ନିରକ୍ଷିକା ସନ୍ଧ୍ୟାରାଣୀ ବରାଳ, ଭିଏଲ ଡବ୍ଲୁ୍ୟ ସୁରଥ ଦାଶ, କୃଷି ଭିଏଲ ଡବ୍ଲୁ୍ୟ ମିନତୀ ସାହୁ, କୃଷି କମିଟିର ସଭ୍ୟ ସଂଜୟ ଦାସ ଅଜୟ ପ୍ରଧାନ, ଅସିତ ବନ୍ଧୁ ଧଳ, ଦିଲ୍ଲୀପ ରାଉତ, ସରପଞ୍ଚ ଗ୍ୟାନେନ୍ଦ୍ର ଖଣ୍ଡାଇ, ସନ୍ତୋଷ କୁମାର ସେଠୀ ନିରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି, ଚାଷୀମାନେ କିପରି ସୁବିଧାରେ ଧାନ କ୍ରୟ କରିପାରିବେ, ସେ ବିଷୟରେ ସୁଚିନ୍ତୀତ ମତାମତ ପୋଷଣ କରିଥିଲେ । ଶେଷରେ ସମିତି ସମ୍ପାଦକ ଅଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।