ନକ୍ସା କରିଥିଲେ ଜିଲ୍ଲାପାଳ,  ଚାହିଁଲେ ନାହିଁ ତହସିଲଦାର

 ବିଞ୍ଝାରପୁର : ପୁଣି ଅଧାରେ ଅଟକିଲା ପ୍ରସିଦ୍ଧ ଶୈବ ପୀଠ ବରୁଣେଶ୍ୱର ମନ୍ଦିର ପ୍ରକଳ୍ପ । ପୂର୍ବ ସରକାରରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ବରୁଣେଶ୍ୱର କ୍ଷେତ୍ରକୁ ଆସି କ୍ଷେତ୍ରର ସୋନ୍ଦର୍ଯ୍ୟ ନିମନ୍ତେ ୬କୋଟି ଟଙ୍କା ଘୋଷଣା କରିଥଲେ । ପୂର୍ତ ବିଭାଗ ପକ୍ଷରୁ ଏହାର ଟେଣ୍ଡର କରାଯାଇ ନିର୍ଦ୍ଧିଷ୍ଟ ଏକ ଠିକା ସଂସ୍ଥା ସହ ଚୁକ୍ତି ନାମା ହୋଇଥିଲା । ହେଲେ ରାଜ୍ୟରେ ବିଜେଡି ସରକାର ବଦଳି ନୂଆ ସରକାର ବିଜେପି ଆସିଥିଲା । ଠିକା ସଂସ୍ଥାର କାର୍ଯ୍ୟ ଆରମ୍ଭରୁ ଉଭୟ ବିରୋଧୀ ବିଜେଡ଼ି ଓ ବିଜେପିର ତୁ ତୁ. ମେଁ ମେଁ. ରେ ପ୍ରକଳ୍ପଟି ଆରମ୍ଭ ପୂର୍ବରୁ ବନ୍ଦ ହୋଇଗଲା । ହେଲେ କିଛି ଦିନ ପୂର୍ବରୁ ଜିଲ୍ଲାପାଳ ବରୁଣେଶ୍ୱର ମନ୍ଦିରକୁ ଆସି ୫୦ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ନିମନ୍ତେ ଆଲୋଚନା କରିବା ସହିତ ଉକ୍ତ ଯାଗାର ତୁରନ୍ତ ଚିହ୍ନଟ କରାଇ କାର୍ଯ୍ୟ ଆରମ୍ଭ କରିବାକୁ ବିଡିଓ, ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯାଗାର ଚିହ୍ନଟ ପାଇଁ ତହସିଲଦାର୍ ନିକଟସ୍ଥ ଜମି ମାଲିକ ଓ ଅରେÿଇ ସରପଞ୍ଚଙ୍କୁ ଚିଠି କରାଯାଇଥିଲା । ସଂପୃକ୍ତ ଜମି ମାଲିକ ଦୁଇଦୁଇ ଥର ତହସିଲ କାର୍ଯ୍ୟଳୟରେ ହାଜିରା ପକାଇଥିଲେ । ହେଲେ ଜମି ଡିମାରକେସନ ହେଲାନାହିଁ । ବର୍ଷା କାରଣରୁ ଏହାକୁ ଘୁଞ୍ଚା ଯାଇଥିଲା ସତ ହେଲେ ଖରା ପାଗ ହେବାରୁ ଅରେÿଇ ସରପଞ୍ଚ ପୁର୍ନବାର ମାପଚୁପ ପାଇଁ ତହସିଲଦାରଙ୍କୁ ଜଣାଇଥିଲେ । ହେଲେ ଦେଖିବା ଆଳରେ ତହସିଲଦାର ଏହାକୁ ଏଡାଇଦେଇଥିବା ଜଣାପଡିଛି । ତେବେ ଜିଲାପାଳଙ୍କ ନିର୍ଦେଶ ସତ୍ୱେ ତହସିଲଦାର ଏପ୍ରକଳ୍ପ ହେଉ ବୋଲି ମନ କରୁନଥିବା ଘଟଣାରୁ ବାରି ହୋଇପଡୁଛି । ତେବେ ଯଦି ପୁନର୍ବାର ମନ୍ଦିର ସୌନ୍ଦର୍ଯ୍ୟ ପାଇଁ ଆସିଥିବା ଅର୍ଥ ଫେରି ଯାଏ ତେବେ ଏହା ବରୁଣେଶ୍ୱରଙ୍କ ଗାରିମାକ୍ଷୂର୍ଣ୍ଣ ହେବା ସହ ମାପଚୁପ୍ ନକରି ଚୁପ୍ ବସିଥିବା ତହସିଲଦାର ଦାୟୀ ରହିବେ ବୋଲି ଅଞ୍ଚଳବସୀ ମତ ରଖିଛନ୍ତି ।