ନଗର ସଭାପତିଙ୍କୁ ଭେଟିଲେ ପାରିଷଦ
ବ୍ୟାସନଗର: ଦ୍ୱିତୀୟବାର ବ୍ୟାସନଗର ପୌରପାଳିକାର ବିଜେଡି ସଭାପତି ଭାବେ ନିଯୁକ୍ତ ପାଇଥିବା ଅମୂଲ୍ୟ ନାୟକଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ପାରିଷଦ ଏବଂ ଜିଲ୍ଲା ମହିଳା ସଭାନେତ୍ରୀ । ଜିଲ୍ଲା ମହିଳା ସଭାନେତ୍ରୀ ସବିତା ରାଉତ୍ଙ୍କ ସହ ପାରିଷଦ ଏବଂ ବିଜେଡି କର୍ମୀ ଅମୂଲ୍ୟଙ୍କ ସହ ବ୍ୟାସନଗର ସଂଗଠନ ସଂପର୍କରେ ଆଲୋଚନା କରିବା ସହ ଦଳର ସମସ୍ତଙ୍କୁ ନେଇ କାର୍ଯ୍ୟ କରିବେ ବୋଲି ସଭାପତି ଅମୂଲ୍ୟ ପ୍ରତିଶ୍ରୁତି ଦେଇଥିଲେ ।