ନବବଧୂଙ୍କ ସନେ୍ଦହଜନକ ମୃତୁ୍ୟ
ନୀଳଗିରି: ନବବଧୂଙ୍କ ସନେ୍ଦହ ଜନକ ମୃତୁ୍ୟ । ଯୌତୁକ ନିର୍ଯାତନା ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ଅନ୍ତର୍ଗତ ଡାଳିମପାଳ ଗ୍ରାମରେ । ଉକ୍ତ ଗ୍ରାମର ଶ୍ୟାମ ସୁନ୍ଦର ସାହୁଙ୍କ ପୁଅ କମଳାକାନ୍ତ ସାହୁ (୨୫) ୨୦୨୪ମସିହା ଜୁଲାଇ ୩୦ ତାରିଖରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ଇରମ ନିକଟବର୍ତ୍ତୀ ନୂଆଗାଁ ଗ୍ରାମର ନାରାୟଣ ଦାସଙ୍କ ଝିଅ ଜ୍ୟୋତିସ୍ମିତା ଦାସ (୨୦)ଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ବିବାହ ପର ଠାରୁ ଶ୍ୱଶୁର ଘର ପକ୍ଷରୁ ବାପା ଘରୁ ଯୌତୁକ ଆଣିବାକୁ ଜ୍ୟୋତିସ୍ମିତାଙ୍କୁ ବାଧ୍ୟ କରାଯିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ବହୁବାର ନିର୍ଯାତନା ସହିବା ପରେ ଅସହ୍ୟ ହେବାରୁ ଯୌତୁକ ଦାବି କଥା ଝିଅ ବାପାମା’କୁ ଫୋନ ଯୋଗେ ସବୁ କଥା କହିଥିଲା । ଏହା ପରେ ଗତ କିଛି ମାସ ହେବ ସ୍ୱାମୀ କମଳାକାନ୍ତ ହାଇଦ୍ରାବାଦ ଏକ ଘରୋଇ ହୋଟେଲରେ କାମ କରୁଥିବାବେଳେ ସ୍ତ୍ରୀକୁ ତାଙ୍କ ପାଖକୁ ନେଇ ରଖିଥିଲା । ଗତ ୫ ତାରିଖ ଦିନ ଉଭୟ ସ୍ୱାମୀ ସ୍ତ୍ରୀ ଡାଳିମପାଳ ଗ୍ରାମକୁ ପହଞ୍ଚିବା ପରେ ସ୍ୱାମୀ ପୁଣି ହାଇଦ୍ରାବାଦକୁ ଯିବାକୁ ବାହାରି ଥିବାବେଳେ ସ୍ତ୍ରୀ ତାଙ୍କ ସହିତ ଯିବାକୁ ଜିଦ ଧରିଥିଲା । ଏଥିରେ ସ୍ୱାମୀ ଅମଙ୍ଗ ହୋଇଥିବାବେଳେ ଏ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ଝିଆ ଜ୍ୟୋତିସ୍ମିତା ମା’କୁ ସବୁକଥା ଫୋନରେ କହିବା ସହିତ ମୋ ଜୀବନ ଏଠାରେ ବିପଦରେ ଅଛି, ଶ୍ୱଶୁର ଘରଲୋକେ ମୋତେ ମାରିଦେବେ, ତୁ ଜଲଦି ଏଠାରୁ ମୋତେ ନେଇଯାଅ ବୋଲି କହିଥିବା ମା’ ତୁଳସୀ ଥାନାରେ ଅଭିଯୋଗ କରିଛନ୍ତି । ଜ୍ୟୋତିସ୍ମିତା ଶୋଇବା ଘରେ ଏକ ପଙ୍ଖାରେ ନିଜ ପିନ୍ଧା ଶାଢ଼ୀ ବେକରେ ଲଗାଇ ଝୁଲି ପଡ଼ିଥିଲେ ବୋଲି ସ୍ୱାମୀ ଘରଲୋକ ଥାନାରେ କହିଛନ୍ତି । ପ୍ରଥମେ ସ୍ୱାମୀ ଘରଲୋକ ଝୁଲନ୍ତା ଅବସ୍ଥାରେ ଜ୍ୟୋତିସ୍ମିତାକୁ ଉଦ୍ଧାର କରି ବରହମପୁର ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପନ୍ଧା ଶାଢ଼ୀ ଜବତ କରିଥିବା ବେଳେ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ମା’ ତୁଳସୀର ଲିଖିତ ଅଭିଯୋଗକୁ ଆଧାର କରି ବରହମପୁର ଥାନା କେସ ନମ୍ବର ୧୫/୨୦୨୫ ମୂଳେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟ ଉନ୍ମୋଚନ ହେବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।