ନାଉଗାଁ ସାଂସ୍କୃତିକ ପରିଷଦ ବୈଠକ 

ନାଉଗାଁ : ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିବର୍ଷ ଶିଖରଘାଟ ଠାରେ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବ ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଛି । ସାରେଇକୁଳ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପରିଷଦ ମୁଖ୍ୟ ଉପଦେଷ୍ଟା ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭ ରେ ପରିଷଦର ସମ୍ପାଦକ ଅଧ୍ୟାପକ ସରୋଜ କୁମାର ନାୟକ ଗତବର୍ଷ ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କୁ ଅଧିକ ବର୍ଣ୍ଣାଢ଼୍ୟ ଓ ଆକର୍ଷଣୀୟ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ । ପୂର୍ବ ବର୍ଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏ ବର୍ଷ ନାଉଗାଁ ଅଞ୍ଚଳର ୨୫ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥିର କରାଯାଇଥିଲା । ଏଥି ସହିତ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ କରି ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା । ବୈଠକରେ ଉପଦେଷ୍ଟା ନିରଞ୍ଜନ ବେହୁରା, ଉପସଭାପତି ନିରଞ୍ଜନ ମହାନ୍ତି, ପ୍ରକାଶ ରାୟ, ଜ୍ୟୋତି ପ୍ରକାଶ ଲେଙ୍କା, ବେଣୁଧର ସ୍ୱାଇଁ ପ୍ରମୁଖ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଆଗତ କରିଥିଲେ । ରାମଚନ୍ଦ୍ର ସ୍ୱାଇଁ, ରଶ୍ମୀରଞ୍ଜନ ରାଉତ, ଡ. ଅଭୟ ମଲ୍ଲିକ, ନନ୍ଦକିଶୋର ବାରିକ, ବିଜୟ ବାରିକ, ଅନ୍ନସ୍ମିତା ବେହୁରା,ଅନିଲ ମଲ୍ଲିକ, ବିଭୂପଦାରବିନ୍ଦ ପରିଡା, ଲିପୁ ଦାସ ପ୍ରମୁଖ ଉପସ୍ଥଇତ ଥିଲେ । ଶେଷରେ ତ୍ରିଲୋଚନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।