ନାରୀ ସୁରକ୍ଷା ନେଇ ସ୍ମାରକପତ୍ର
ଚାନ୍ଦବାଲି: ରାଜ୍ୟରେ ବଢୁଥିବା ନାରୀ ଉପରେ ଅପରାଧ ଘଟଣାକୁ ନେଇ ଚାନ୍ଦବାଲି ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଡିଜିପିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୦୦ରୁ ଅଧିକ ଯୁବ ଛାତ୍ର ବିଜେଡି କର୍ମୀ ଚାନ୍ଦବାଲି କାଳୀ ପଡିଆରୁ ବାହାରି ପ୍ରଥମେ ଚାନ୍ଦବାଲି ଥାନା ପରେ ଚାନ୍ଦବାଲି ପୋଷ୍ଟ ଅଫିସରେ ଡିଜିପିଙ୍କ ଉଦେ୍ଦଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରିନ୍ସ ରାକେଶ ନାୟକ, ଜିତୁନା ପାଣି, ମାନସ ରଞ୍ଜନ ଦାସ, ପ୍ରତାପ ବିଶ୍ୱାଳ, ଏସକେ ଫିରୋଜ ପ୍ରମୁଖ ଉପସ୍ଥିତ ଥିଲେ ।