ନାହାନ୍ତି ଅଧ୍ୟାପକ, କେମିତି ପଢିବେ ପିଲା 


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, : ବିଶ୍ୱ ବିଦ୍ୟାଳୟରେ ନାହାନ୍ତି ଅଧ୍ୟାପକ । ଶିକ୍ଷାଦାନ ହେଉଛି ବାଧାପ୍ରାପ୍ତ । ପିଲାମାନେ କେମିତି ପାଠ ପଢିବେ, ଯାହାକୁ ନେଇ ଅଭିଭାବକ ମହଲରେ ବଢିଛି ଚିନ୍ତା । ଏମିତିକି ପର୍ଯ୍ୟନ୍ତ ବିଶ୍ୱ ବିଦ୍ୟାଳୟକୁ ମିଳି ପାରୁନି ୟୁଜିସି ମାନ୍ୟତା । ଫଳରେ ତେଜିଲାଣି ଜନ ଅସନ୍ତୋଷ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାଜ୍ୟରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ମହାବିଦ୍ୟାଳୟରେ । ସରକାର ଖଲ୍ଲିକୋଟ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଟି ୟୁଜିସି ମାନ୍ୟତା ପାଇପାରିନାହିଁ । 
ଦକ୍ଷିଣ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟଟି ବେଶ ପରିଚିତ । ଏହି ଶିକ୍ଷାନୁଷ୍ଠାନରେ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ନାମରେ ନାମକରଣ କରାଯାଇଛି । ଖଲ୍ଲିକୋଟ ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଘୋଷଣା କରାଯିବା ପରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଥିଲା । କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ପରେ ଖଲ୍ଲିକୋଟ ଗବେଷଣା ବିଶ୍ୱବିଦ୍ୟାଳୟ ଏବଂ ବର୍ତ୍ତମାନ ଏହାକୁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଭାବେ ନାମିତ କରାଯାଇଛି । ଖଲ୍ଲିକୋଟ ଗବେଷଣା ବିଶ୍ୱବିଦ୍ୟାଳୟ ଥିବା ବେଳେ ଏହାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଯୋଡି ଦେଇଥିଲେ । ତେବେ ଭିନ୍ନ ଭିନ୍ନ ସମୟରେ ଏହାର ନାମକରଣ ହୋଇଥିବା ଯୋଗୁଁ ୟୁଜିସି କର୍ତ୍ତୃପକ୍ଷ କେଉଁ ବିଶ୍ୱବିଦ୍ୟାଳୟ ନାମରେ ମାନ୍ୟତା ଦିଆଯିବ ବୋଲି ରାଜ୍ୟ ଉଚ୍ଚÿଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଝୁଲନ୍ତା ଅବସ୍ଥାରେ ରହିଛି । ୟୁଜିସି ମାନ୍ୟତା ମିଳିନଥିବା ଯୋଗୁଁ ଏହି ଶିକ୍ଷାନୁଷ୍ଠାନକୁ କୌଣସି ଅନୁଦାନ ମିଳିପାରୁନାହିଁ । ୧୮୭୮ରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠନରେ ବର୍ତ୍ତମାନ ସ୍ନାତକୋତ୍ତରରେ ୧୮ଟି ନିୟମିତ, ୪ଟି ସେଲ୍ଫ ଫାଇନାନ୍ସ ଓ ସ୍ନାତକରେ ୧୭ଟି ପାଠ୍ୟକ୍ରମରେ ଶିକ୍ଷାଦାନ ଚାଲୁଛି । ବିଶ୍ୱବିଦ୍ୟାଳୟରେ ୧୧୨ଟି ଶିକ୍ଷକ ଓ ୧୯ଟି ଅଣଶିକ୍ଷକ ପଦ ଖାଲି ପଡ଼ିଛି । ଅଧ୍ୟାପକ ଅଭାବ ପାଇଁ ଖରା ଛୁଟି ପରେ ଶିକ୍ଷାନୁଷ୍ଠାନ ଖୋଲିଥିଲେ ମଧ୍ୟ ପାଠପଢ଼ା ସ୍ୱାଭାବିକ ହୋଇପାରିନାହିଁ । କର୍ମଚାରୀ ଅଭାବରୁ ଠିକ ସମୟରେ ପରୀକ୍ଷା ପରିଚାଳନା ମଧ୍ୟ ହୋଇପାରୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ କୁଳପତି ନିଯୁକ୍ତି ହୋଇପାରିନାହାନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଭାରପ୍ରାପ୍ତ କୁଳପତି ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶିକ୍ଷକ ଅଭାବକୁ ଦୂର କରିବା ଲାଗି ୧୫ ଜଣଙ୍କୁ ଅନ୍ୟତ୍ର ଶିକ୍ଷାନୁଷ୍ଠାନରୁ ଅଣାଯାଇ କାମଚଳା ନୀତିରେ ଅଣାଯାଇଛି । କର୍ମଚାରୀ ଅଭାବ ସିଧାସଳଖ ପରୀକ୍ଷା ପରିଚାଳନା, ନାମଲେଖା ପ୍ରକ୍ରିୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ସମସ୍ୟା ଆଣୁଛି । ଏନେଇ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଦାଶଙ୍କୁ ପଚାରିବାରୁ ସମସ୍ୟା ସଂପର୍କରେ ଉଚ୍ଚÿଶିକ୍ଷା ବିଭାଗ ଓ ଏଆଇୟୁର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଭଳି ଅଭାବନୀୟ ପରିସ୍ଥିତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।