ନାହିଁ ଡ୍ରେନ୍ଜେ ବ୍ୟବସ୍ଥା, ୨୦ ପରିବାର ହନ୍ତସନ୍ତ
ଖଇରା : ଡ୍ରେନେଜ୍ ବ୍ୟବସ୍ଥାରେ ତ୍ରୁଟି ପାଇଁ ଏକ ପ୍ରକାର ଜଳବନ୍ଦୀରେ ଗ୍ରାମର ୨୦ ପରିବାର । ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମହତୀପୁର ପଞ୍ଚାୟତ ଅଧୀନ ତେଲଦିଆ ଗ୍ରାମରେ । ତୁରନ୍ତ ଡ୍ରେନେଜ ବ୍ୟବସ୍ଥାକୁ ସୁଧାରିବାକୁ ଗ୍ରାମର ଗୋକୁଳ ଚନ୍ଦ୍ର ପ୍ରଧାନ, ତପନ ପ୍ରଧାନ, ତ୍ରିଲୋଚନ ପ୍ରଧାନ, କୈଳାସ ଚନ୍ଦ୍ର ବେହେରା, ଭରତ ନାୟକ, ଜୀବନଜ୍ୟୋତି ପ୍ରଧାନ, ଭଗବାନ ଜେନା ପ୍ରମୁଖ ଦାବି କରିଛନ୍ତି । ଗ୍ରାମ ସମ୍ମୁଖରେ ରାସ୍ତା ଓ ସରକାରୀ ଗୃହ ନିର୍ମାଣ ବେଳେ ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯାଉ ନଥିବାରୁ ପାଖାପାଖି ୧୫୦ ଗ୍ରାମବାସୀ ହୀନସ୍ତା ହେଉଛନ୍ତି । ବିଶେଷ କରି ଛୋଟଛୋଟ ପିଲାମାନେ ସ୍କୁଲକୁ ଯିବାରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସେପଟେ ମାସ ମାସ ଧରି ସନ୍ତସନ୍ତିଆ ପରିବେଶ ଯୋଗୁଁ ଝାଡ଼ାବାନ୍ତି ରୋଗ ସମ୍ଭାବନା ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଲାଣି । ସ୍ୱତନ୍ତ୍ର ଡ୍ରେନେଜ୍ ବ୍ୟବସ୍ଥାରେ ବର୍ଷାଜଳ ନିଷ୍କାସନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ତେବେ ଯଥାଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଗ୍ରାମବାସୀମାନେ ଆନେ୍ଦାଳନକୁ ଓହ୍ଳାଇବାକୁ ଚେତାବନୀ ଦେଇଛନ୍ତି ।