ନିିଷ୍ପେସିତ ମଣିଷର ମୁକ୍ତିଦାତା ଆମ୍ବେଦକର
କବାଟବନ୍ଧ : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭାରତ ରନô ଡକ୍ଟର ବି.ଆର ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଧର୍ମଶାଳା ବ୍ଲକ ଅଧିନସ୍ଥ ରେଖିଦେଇପୁର ପଞ୍ଚାୟତର କଦମପାଟଣା ଗ୍ରାମ କୋଠଘର ପରିସରରେ ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଜୟନ୍ତୀ ସମାରୋହ ସଭାକୁ ଆନୁଷ୍ଟାନିକ ଭାବେ ସାମାଜିକ ନ୍ୟାୟ ଅଭିଯାନର ସଂଯୋଜକ ବଦ୍ରି ନାରାୟଣ ଜେନା ଉଦଘାଟନ କରି ବାବା ସାହେବ ନିଷ୍ପେସିତ ମଣିଷର ମୁକ୍ତିଦାତା ଥିଲେ ବୋଲି ମତ ଦେଇଥିଲେ । ଏହି ଅବସରରେ ମୂଳନୀବାସୀ ଜନ କଲ୍ୟାଣ ସମିତିର ସଭାପତି ବାବୁଲି ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାମାଜିକ କର୍ମୀ ବେଣୁଧର ମଲ୍ଲିକ ସଭା ପରିଚାଳନା କରିଥିଲେ । ଅତିଥି ଭାବେ ସାମାଜିକ ନ୍ୟାୟର ଆବାହକ ଦେବବ୍ରତ ରାଉତ, କମ୍ରେଡ ଶଙ୍କର ପ୍ରତାପ ଦାସ, ପୂର୍ବତନ ଜିଲା ପରିଷଦ ସଭ୍ୟ କାହ୍ନୁଚରଣ ସାମଲ ଯୋଗ ଦେଇ ବାବା ସାହେବଙ୍କ ବିଚାର ସମ୍ପର୍କରେ ଅଭିଭାଷଣ ଦେଇଥିଲେ । ସମାରୋହରେ ସାମାଜିକ ନ୍ୟାୟର ଦେବବ୍ରତ ରାଉତ ଓ ବେଣୁଧର ମଲ୍ଲିକଙ୍କୁ ମୂଳନୀବାସୀ ଜନକଲ୍ୟାଣ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କୈଳାସ ମଲିକ, ଅତୁଲ୍ୟ ମଲ୍ଲିକ, ବିପିନ ମଲ୍ଲିକ, ଶିକ୍ଷାବିତ ଜିତେନ୍ ବେହେରା, ଗୌରାଙ୍ଗ ମଲ୍ଲିକ, କେଶବ ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ, ବୀର ମଲ୍ଲିକ ଓ ଅର୍ଜୁନ ମଲ୍କିକ ସହଯୋଗ କରିଥିଲେ ।
ବୈତରଣୀ ରୋଡ: ବରୁଣ୍ଡେଇ ବଜାର ଆମ୍ବେଦକରଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ଦେଇ ୧୩୪ ତମ ଜୟନ୍ତୀ ପାଳିତ ହୋଇଯାଉଛି । ଏଥିରେ ବ୍ଲକ ସଙ୍ଘର ସଭାପତି ଯଶୋବନ୍ତ ଜେନାଙ୍କ ଆବାହନରେ ଅତିଥି ଭାବେ ବରୁଣ୍ଡେଇ ପୂର୍ବତନ ସରପଂଚ ସୌଭାଗ୍ୟ ମହାନ୍ତି, ଆଡଭୋକେଟ ପ୍ରତାପ ଦାସ, ସହଦେବ ଜେନା, ସମ୍ପାଦକ ବାଉରୀବନ୍ଧୁ ମଲ୍ଲିକ, ଉପସଭାପତି ଗଜେନ୍ଦ୍ର ଜେନା, ରମେଶ ଜେନା, ଅଶୋକ ପେରେଇ, ଅଭିମନୁ୍ୟ ଜେନା, ଦୁର୍ଯୋଧନ ଜେନା, ଚୈତନ୍ୟ ମଲିକ, ନୃସିଂହ ମଲିକ, ସତ୍ୟବ୍ରତ ଜେନା, ଚାନ୍ଦୁଲୁ ମଲିକ, କୁଳମଣି ଜେନା, ବସନ୍ତ ଜେନା, ସତ୍ୟାନନ୍ଦ କାନ୍ଦି, ରଙ୍ଗାଧର କାଣ୍ଡି, ଆଦି ପ୍ରମୁଖ ହରିଜନ ଆଦିବାସୀ ଉନ୍ନୟନ ପରିଷଦ ସଭ୍ୟ ଉପସ୍ଥିତ ରହି ଆମ୍ବେଦକରଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ ।
ପାଣିକୋଇଲି: ଯାଜପୁର ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତର ଲକ୍ଷ୍ମୀ ଛକ ଠାରେ ଡ଼କ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳନ ସହ ପ୍ରତିମୂର୍ତୀ ଉନ୍ମୋଚିତ ହୋଇଛି । ଅତିଥି ଭାବେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋାଗଦେଇ ଏହାକୁ ଉନ୍ମୋଚନ କରିଥିଲେ । ସିପିଏମ ଜିଲା ସମ୍ପାଦକ ଡ଼ା ନିର୍ମଳ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କବି ବିବର୍ତନ କବି କବିତା ପାଠ ଓ ସଙ୍ଗୀତ ଗାନ କରିଥିଲେ । ବରିଷ୍ୱ ନାଗରିକ ମଂଚର ସମ୍ପାଦକ ସୁରେନ୍ଦ୍ର ରାୟ, ସନ୍ତୋଷ ଦାସ, କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସମ୍ପାଦକ ନିର୍ମଳ ନାୟକ ଯୋଗ ଦେଇ ଆମ୍ବେଦକରଙ୍କୁ ଯୁଗ ପୁରୁଷ ବୋଲି ବିବେଚିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବରିଷ୍ଠ ନାଗରିକ ନାଣ୍ଡୁ ଯେନା, ଲଲିତ ମୋହନ ରାୟ, ଗଣେଶ ସାହୁ, ସୁରେଶ କୁମାର ସାହୁ, ଅମୁଲ୍ୟ ସାମଲ, ଦେବବ୍ରତ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମାନନ୍ଦ ବରିକ, ପ୍ରତ୍ୟୁଷ ସାହୁ ଅନନ୍ତ ସାହୁ, ମାଧବ କୁଣ୍ଡୁ, ପ୍ରମୋଦ ସାହୁ, ରବିନ୍ଦ୍ର କୁଣ୍ଡୁ, କୀର୍ତନ ସାହୁ, ନରେନ୍ଦ୍ର ସାହୁ, ସୁବ୍ରତ ଯେନା, ଅଭିମନୁ୍ୟ ଯେନା ପ୍ରମୁଖ ସହଯାଗ କରିଥିଲେ ।