ନୂଆପଡ଼ା ଉପନିର୍ବାଚନ ପାଇଁ ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜୋନ୍ ଦାୟିତ୍ୱ
ଭୁବନେଶ୍ୱର : ନୂଆପଡ଼ା ନିର୍ବାଚନ ପାଇଁ ବିଜେପି ପାର୍ଥୀ ଭାବେ ଜୟ ଢେ଼ାଲକିଆ ନାମାଙ୍କନ ଦାଖଲ କରିସାରିଛନ୍ତି । ବିଜେପି ନୂଆପଡ଼ା ଉପନିର୍ବାଚନ ଜିତିବାକୁ ଜାରି ରଖିଛି ପ୍ରୟାସ । ବିଭିନ୍ନ ଦଳ ମଧ୍ୟ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜୋନ୍ ଦାୟିତ୍ୱ ଦେଇଛି ବିଜେପି । ବଞ୍ଜରୀ ଦାୟିତ୍ୱରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସୁନାଦେଇ ଜୋନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ଦେଇଛି ଦଳ ।ଅନ୍ୟପଟେ ପାତାଳେଶ୍ୱର ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନୂଆପଡ଼ା ଏନଏସି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଖରିଆର ରୋଡ଼ ଏନଏସି ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ଦାୟିତ୍ୱ ।