ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

ପାଳଲହଡ଼ା: ପାଳଲହଡ଼ା ନୂତନ ଉପଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରାଶାସନିକ ଅଧିକାରୀ ରବୀନ୍ଦ୍ର କୁମାର ପଟେଲ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାରେ ଡ଼ିଷ୍ଟ୍ରିକ୍ଟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି ପିଡି ଭାବରେ କାର୍ଯ୍ୟ ତୁଲାଇଥିଲେ । ପାଳଲହଡ଼ା ଉପଜିଲ୍ଲାପାଳ ୨୦୦୬ ବ୍ୟାଚ୍ ପ୍ରାଶାସନିକ ଅଧିକାରୀ ସୁଶାନ୍ତ କୁମାର ପତିଙ୍କ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବରେ ପଦୋନ୍ନତି ହୋଇଛି । ସେ ପାଳଲହଡ଼ା ଉପଜିଲ୍ଲାପାଳ ଭାବରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଥିଲେ । ଆଜି ନୂତନ ଉପଜିଲ୍ଳାପାଳ ଭାବରେ ଶ୍ରୀ ପଟେଲ ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତିଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପାଳଲହଡ଼ା ଉପଖଣ୍ଡର ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ କରିବା ସହିତ ବିଦାୟୀ ଉପଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । 
ଏହି ଅବସରରେ ପାଳଲହଡା ପ୍ରେସ୍ କ୍ଲବ୍ ସଭାପତି ଡଃ ସନ୍ତୋଷ କୁମାର ଦେହୁରୀ, ସମ୍ପାଦକ ସୁଶୀଲ୍ କୁମାର ସାମଲ ଓ କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ବେହେରା ନୂତନ ଉପ ଜିଲ୍ଲାପାଳ ଶ୍ରୀ ପଟେଲଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।