ନୂତନ ବନଖଣ୍ଡ ଅଧିକାରୀଙ୍କୁ ସ୍ୱାଗତ
କେନ୍ଦ୍ରାପଡ଼ା : ରାଜନଗର ବନ୍ୟପ୍ରାଣୀ ଖଣ୍ଡରେ ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ବନଖଣ୍ଡ ଅଧିକାରୀ ଆଇ. ଏଫ.ଏସ ଭରଦରାଜ ଗାଓଁକରଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିନ୍ଦୁକା ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ସମ୍ପାଦକ ସୋନାଶିଷ ଜେନା ଓ ସଦସ୍ୟ ସୁନୀଲ ରାଉତ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଭିତରକନିକା ଅଞ୍ଚଳରେ ବର୍ଷକୁ ବର୍ଷ ବେଆଇନ ଚିଙ୍ଗୁଡ଼ି ଘେରି ବଢୁଥିବାରୁ ଏହା ଭିତରକନିକା ଜାତୀୟ ଉଦ୍ୟାନର ଜୈବବିବିଧତା ପ୍ରତି ବିପଦ ସୃଷ୍ଟି କରୁଛି । ଏଣୁ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ତାଙ୍କୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ।