ପଞ୍ଚାୟତରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

 ାା ପ୍ରଭାନୁ୍ୟଜ ।ା ତାଳଚେର: ୨୧ଟି ପଞ୍ଚାୟତକୁ ନେଇ ତାଳଚେର ବ୍ଲକ ଗଠିତ ହୋଇଥିବାବେଳେ ଏଥିମଧ୍ୟରୁ କିଛି ପଞ୍ଚାୟତ ଏମ୍ସିଏଲ ଜମି ଅଧିଗ୍ରହଣ କରିଥିବାରୁ କିଛି ଗ୍ରାମ ନିଶ୍ଚିହ୍ନ ହୋଇଥିବାବେଳେ ଆଉ ଅବଶିଷ୍ଟ  ପଞ୍ଚାୟତ ଗୁଡ଼ିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଥିବା ଅଭିଯୋଗ ହେଉଛି । ଏହି ପଞ୍ଚାୟତ ମଧ୍ୟରୁ କଣ୍ଢାଳ ପଞ୍ଚାୟତ ଅନ୍ୟତମ । ତାଳଚେର ସହର ଠାରୁ ମାତ୍ର ୩କିମି ଦୂରରେ ଏହା ଅବସ୍ଥିତ ହୋଇଥିଲେ ମଧ୍ୟ ଏହା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୨କିମି ପରିଧି ମଧ୍ୟରେ ରହିଛି । ତେବେ ଏହି ପଞ୍ଚାୟତଟିରେ ରାସ୍ତା ଠାରୁ ଆରମ୍ଭ କରି ଡ୍ରେନ୍ ପରିମଳ ବ୍ୟବସ୍ଥା ନ କହିବା ଭଲ । କେଉଁ ଗ୍ରାମ ଗୁଡ଼ିକରେ ଡ୍ରେନ ରହିଛି ତ ଆଉ କେଉଁ ଗ୍ରାମ ଗୁଡ଼ିକରେ ଆଦୌ ଡ୍ରେନ ନାହିଁ । ଯେଉଁ ଗ୍ରାମ ଗୁଡ଼ିକରେ ଡ୍ରେନ ରହିଛି, ସେଗୁଡିକ ଅଳିଆ ଆବର୍ଜନାରେ ପୁରିଯାଇ ଦୁର୍ଗର୍ନ୍ଧରେ ନାକ ଫାଟି ପଡୁଥିବାବେଳେ ମଶା, ମାଛିଙ୍କର ପ୍ରର୍ଦୁଭାବ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ଗୁଡ଼ିକ ଶୋଚନୀୟ ଅବସ୍ଥାରେ ଗତି କରୁଛି । ଯାହାଫଳରେ କି, ଡ଼େଙ୍ଗୁ ମାଶାକୁ ହାତ ଠାରି ଡ଼ାକ ଦେଲା ଭଳି ଅବସ୍ଥା ଦେଖାଦେଇଛି । ମୋଦି ସରକାର ସ୍ୱଚ୍ଛଭାରତ ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ଭାରତବର୍ଷକୁ ପରିଷ୍କାର ପରିଚ୍ଛନ୍ନ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ଗ୍ରାମଞ୍ଚଳର ପରିବେଶ ଓ ପରିମଳ ବ୍ୟବସ୍ଥାକୁ ପଚାରେ କିଏ? କିପରି ଭାବେ ପଞ୍ଚାୟତ କାର୍ଯ୍ୟାଳୟ ଚୁପ୍ ହୋଇ ବସି ରହିଥିବାବେଳେ ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟ କରୁଛି କ’ଣ ବୋଲି ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ କୁଢ଼କୁଢ଼ ଅଳିଆ ଆବର୍ଜନା ସମେତ ଅନାବନା ଗଛଲତାରେ ପରିପୂର୍ଣ୍ଣ ରହିଛି । ସେହିପରି ଆଉ କେଉଁଠି ରାସ୍ତା ଖାଲଖମଣାରେ ମରଣଯନ୍ତା ସାଜିଥିବାବେଳେ ଆଉ କେଉଁଠାରେ କଂକ୍ରିଟ୍ ରାସ୍ତା ଫାଟି ଅାଁ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି । ଏମସିଏଲ ପକ୍ଷରୁ ନିକଟତମ ପ୍ରଭାବିତ ଗ୍ରାମ ଗୁଡ଼ିକରେ ସିଏସଆର ପାଣ୍ଠିରୁ ପରିମଳ ବ୍ୟବସ୍ଥା ପାଇଁ ଅର୍ଥ ବ୍ୟୟବରାଦ କରାଯାଇଥାଏ । ମାତ୍ର ଏମସିଏଲ ପି୍ରୟାପ୍ରୀତି ପୋଷଣ କରି କିଛି ଗ୍ରାମକୁ ମେଂଚେ ଦେଉଥିବା ବେଳେ ଆଉ କିଛି ଗ୍ରାମକୁ କେଂଚେ ସଦୃଶ୍ୟ ଅନୁଦାନ ଦେଉଥିବା ବେଳେ ସେଠାରେ ବିକାଶରେ ବାଧା ଉପୁଜୁଛି । ଏହାକୁ ନେଇ ପଞ୍ଚାୟତବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ସିଏସଆର ଅର୍ଥ ନିବିଯୋଗ କରି ପ୍ରଭାବିତ ଗ୍ରାମ ଗୁଡ଼ିକରେ କିଛି ଜାଗାରେ ପରିମଳ ବ୍ୟବସ୍ଥା ନିମନ୍ତେ ଡଷ୍ଟବିନ୍ ନିର୍ମାଣ କରାଯାଇଥିଲା; ମାତ୍ର ନିର୍ମାଣ ହେବାର ଦୁଇବର୍ଷ ପରେ ଏହି ଡଷ୍ଟବିନ୍ ଆଉ ଦେଖାଯାଉନାହିଁ । ଏଥିରୁ ସ୍ପଷ୍ଟ ଅନୁମେୟ କେବଳ କାଗଜପତ୍ର ମାଧ୍ୟମରେ ଏମସିଏଲ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି କେବଳ କାଗଜପତ୍ରରେ ଦର୍ଶାଉଥିବାବେଳେ ସେହିଭଳି ରାଜ୍ୟ ସରକାର ପକ୍ଷରୁ ପଞ୍ଚାୟତକୁ ଦିଆଯାଉଥିବା ଟଙ୍କା ଆଜି ଅନୁରୂପ ଭାବେ ବାଟବଣା ହେଉଥିବା ଅଭିଯୋଗ ହେଉଛି । ତେବେ ଏଠାରେ ରହିଥିବା ସମସ୍ତ ପଞ୍ଚାୟତ ଗୁଡ଼ିକର ଅବସ୍ଥା ଏଭଳି ଅତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । ଏହାକୁ ନେଇ ଜନ ଅସନ୍ତୋଷ ବ୍ୟାପିବା ସହିତ ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛ