ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

 କେନ୍ଦ୍ରାପଡା:  ବିଶିଷ୍ଟ ରାଷ୍ଟ୍ରବାଦୀ ଜନନାୟକ, ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟ ଦର୍ଶନର ପ୍ରଣେତା, ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭ୍ୟ ତଥା ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତୀ କପାଳେଶ୍ୱର ପଞ୍ଚାୟତର ସମସ୍ତ ସାତଗୋଟି  ବୁଥରେ ଅନୁଷ୍ଠିତ ହୋଇ ଯାଇଛି । ଶକ୍ତିକେନ୍ଦ୍ର ପ୍ରମୁଖ ପୁରୁଷୋତ୍ତମ ଦାଶଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପୂର୍ବତନ ସରପଞ୍ଚ ତଥା ବିଜେପି ଜିଲ୍ଲା ଉପସଭାପତି ଅଭିମନୁ୍ୟ ଗୋଛାୟତ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସଂଘର୍ଷମୟ ଜୀବନୀ ତଥା ଦେଶରେ  କଂଗ୍ରେସ ସରକାର ବିରୋଧରେ ଏକ ନିଦ୍ଧିଷ୍ଟ ବିଚାରକୁ ନେଇ ବିକଳ୍ପ ରାଜନୈତିକ ଦଳ ଗଠନ କରି କିପରି ସଂଗଠନକୁ ସୁଦୃଢ କରି ପାରିଥିଲେ ସେନେଇ ନିଜ ମତ ରଖିଥିଲେ  । ଏହି କାର୍ଯ୍ୟକ୍ରମରେ ବୁଥ୍ ସଭାପତି ପ୍ରଭାତ ତ୍ରିପାଠୀ, ରବୀନ୍ଦ୍ର ବାରିକ, ଗୋବର୍ଦ୍ଧନ ପରିଡା, ପ୍ରଧାନ, ରମେଶ ଚନ୍ଦ୍ର ସାହୁ, ରବି ନାରାୟଣ ସାହୁ, ଜ୍ଞାନରଞ୍ଜନ ପ୍ରଧାନ, ମାନସ ରଞ୍ଜନ ଶତପଥୀ, ଦେବେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ଭଦ୍ର, ଆଲୋକ ଘଡ଼ାଇ, ଗୋପୀନାଥ ସାହୁ, ସନ୍ଧ୍ୟାରାଣୀ ନାୟକ, ପ୍ରତିଭା ଭଦ୍ର, ଜିଜ୍ଞାସା ସେଠୀ, ଦମୟନ୍ତୀ ସେଠି ପ୍ରମୁଖ ଯୋଗ ଦେଇ ପାଣ୍ଡିତଜୀଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ସହ ବୃକ୍ଷରୋପଣ କରିଥିଲେ ।