ପରିବେଶ ପ୍ରଦୂଷଣର ଆହ୍ୱାନ
ପ୍ରତି ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଯାହା ଫଳରେ ବିଶ୍ୱ ତାପାୟନ ବୃଦ୍ଧି ସହ ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଘଟୁଛି । ଏପରିକି ଋତୁ ଚକ୍ରରେ ମଧ୍ୟ ପରିବର୍ତ୍ତନ ଘଟି·ଲିଛି । ଏଥିପାଇଁ ଶରତ, ହେମନ୍ତ, ବସନ୍ତ ହଜି ଯାଉଛି ଗ୍ରୀଷ୍ମର ପ୍ରକୋପ ଉପରେ । ବର୍ଷକରେ ଆଠ ମାସେ ତାତି ଲାଗି ରହୁଛି । ଏପରିକି ଫେବୃୟାରୀ ମାସରୁ ତାତି ଆରମ୍ଭ ହୋଇଯାଉଛି । ଆମେ ଜାଣିଛେ ଯେ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ଜୀବଜଗତର ସ୍ଥିତି ନିର୍ଭର କରୁଛି । ଏକ ଆକଳନ ଅନୁସାରେ ପୃଥିବୀରେ ପ୍ରାୟେ ୪୦୦୦ ନିୟୁତ ହେକ୍ଟର ଜଙ୍ଗଲ ରହିଛି । ଏହା ସମଗ୍ର ଭୂ-ଭାଗର ୩୦ ଶତକଡ଼ା । ଏଥିରୁ ୬୨୫ ହେକ୍ଟର ବିଷୁବ ମଣ୍ଡଳୀୟ ଜଙ୍ଗଲ, ଯାହା ପୃଥିବୀରେ ବର୍ଷା କରାଇବାରେ ସାହାଯ୍ୟ କରେ । କିନ୍ତୁ ବର୍ତ୍ତମାନ ପ୍ରତି ବର୍ଷ ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି । ଏହା ଆଗାମୀ ଦନରେ ବିଶ୍ୱ ପାଇଁ ବଳ ବିପଦକୁ ଡାକି ଆଣି ପାରେ ।
ନିକଟରେ ବାତ୍ୟା ଦାନାର ପ୍ରଭାବ ଟଳିଯାଇଛି । ତଥାପି ଏହା ଚାଷଜମି ପରିବା ଚାଷ, ଘରଦ୍ୱାର ନଷ୍ଟ କରିଦେଇଛି । ଅବଶ୍ୟ ଯାହା ଆଶଙ୍କା କରାଯାଉଥିଲା ଏହା ସେପରି ବିପର୍ଯ୍ୟୟ ସୃଷ୍ଟି କରିନଥିଲା । ହେନ୍ତାଳବନ ଯୋଗୁଁ ଏହାର ପ୍ରକୋପକୁ ପ୍ରତିହତ କରାଯାଇପାରିଛି । ତଥାପି କେଜାଣି କାହିଁକି ଅକ୍ଟୋବର ମାସ ଆସିଲେ ଓଡିଶାରେ ବାତ୍ୟାର ଭୟ ଆସେ । ସତେ ଯେମିତି ଲାଗୁଛି ବାତ୍ୟା ଓଡିଶାର ଚିର ସହଚର ପାଲଟିଛି । ବିଗତ ଦିନର ଘଟଣା ଗୁଡ଼ିକୁ ମନେ ପକାଇଲେ ଭୟଙ୍କର ଭୂମିକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସିକିମ୍, ଭୁଟାନ, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟର ସ୍ମୃତି ଏବେବି ମନରୁ ଲିଭିନି । ସେହି ମହାପ୍ରଳୟର କଥା ମନେ ପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହାରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂମିକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯୮ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ । ଆଗାମୀ ଦିନରେ ପ୍ରକୃତିର ଏହି କ୍ରୁର ରୂପ କିଭଳି ଆକାର ଧାରଣ କରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୁହୂର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁ·ପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଜଙ୍ଗଲ ଧ୍ୱସଂ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି । ଫଳସ୍ୱରୂପ, ବିଶ୍ୱ ତାପାୟନ ବଢି ଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢିବାରେ ଲାଗିଛି, ବୃଷ୍ଟିପାତ ହ୍ରାସ ପାଉଛି, ଉତ୍ପାଦନ ବ୍ୟାହତ ହେଉଛି ଓ ସର୍ବୋପରି ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ।
ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁ ଚକ୍ରରେ ପରିବର୍ତ୍ତନ ଦେଖାଦେଇଛି । ଛଅ ଋତୁ ଆଜି ସାତ ସପନ । ପୌଷ ଓ ମାଘର ହାଡ ଭଙ୍ଗା ଶୀତ ଆଉ ନାହିଁ । ଶୀତର ପ୍ରଭାବ ଢେର କମି ଗଲାଣି । ଗରମ ପୋଷାକ ଆଗ ଭଳି ଦରକାର ପଡୁନି । ବରଂ ଘରେ ଫ୍ୟାନ୍ର ଆବଶ୍ୟକତା ପଡୁଛି । ଫାଲ୍ଗୁନ-ଚୈତ୍ର ନା ଥାଏ ଖରା ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମଋତୁର ଅବଧି ବଢି ବଢି ·ଲିଛି । କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ସବୁଠି ହା-ହୁତାଶମୟ ପରିବେଶ । ଘରେ ଗରମ ତ -ବାହାରେ ଅଗ୍ନିବର୍ଷା । ଅସହନୀୟ ହେଉଛି ଜୀବନ ଯାତ୍ରା । ଆଦ୍ୟ ଆଷାଢ଼ର ପହିଲି ବର୍ଷାର ମହକ ଆଉ ନାହିଁ । ସାରୁ ଗଛମୂଳରୁ ଶୁଭୁନି ବେଙ୍ଗର ରଡି । ଏବେ ମୌସୁମିର ରହୁନି ଠିକଣା । ଧାରା ଶ୍ରାବଣ ହରାଇ ବସିଛି ତା’ର ପ୍ରାସଙ୍ଗିକତା ।
ବର୍ଷ ବର୍ଷ ଧରି ପ୍ରକୃତି ମାତା ଉପରେ ହୁମ୍ଦୁମ୍ ·ଲିଛି । ମାଆ ଚପଳ ବାଳକର ହୁମ୍ଦୁମ୍ ସମ୍ଭାଳି ନିଏ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ବଡ ହୋଇଛି । ଏହାର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରି·ଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ·ହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୁତି ହେତୁ ବ୍ୟାପକ ଜଙ୍ଗଲ କଟା ·ଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃିତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ସିନା ଜାଣିନଥିଲା, ହେଲେ ଏବର ବିଜ୍ଞାନୀପୁଅମାନେ ଭଲଭାବେ ଜାଣିଛନ୍ତି ଯେ ପ୍ରକୃତିମାତା ସୁକୁମାର ଭାବେ ଗଢା । ଯଦି ପୃଥିବୀର ତାପମାତ୍ରା ଆଉ ୩ ଡିଗ୍ରୀ ବଢି ·ଲେ ତାହେଲେ ମେରୁ ନିକଟରେ ଜମା ହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ପାହାଡ ସବୁ ତରଳି ଯିବ । ଏପରି ଭାବେ ଯଦି ବରଫ ତରଳେ, ସମୁଦ୍ର ଜଳ ପତ୍ତନ ଆଉ ୧୫ ଫୁଟ୍ ବଢିଯିବ । ୧୫ ଫୁଟ୍ ତ ଦୂରର କଥା, ଜଳପତ୍ତନ ୩ ରୁ ୫ ଫୁଟ୍ ବଢିଗଲେ ସମଗ୍ର ବିଶ୍ୱ ପ୍ରଳୟରେ ଲୀନ ହେବ ! ସତରେ ଏକଥା ଆମେ କେବେ ବୁଝିବା କେଜାଣି ?
ବିଶ୍ୱ ପରିବେଶ ଏଭଳି ସଙ୍କଟ ଜନକ ପରିସ୍ଥିତିରେ ଗତି କରୁଥିବା ବେଳେ ଏହି କଥାକୁ ଆଖି ଆଗରେ ରଖି ମିଳିତ ଜାତିସଂଘ ୧୯୭୨ ମସିହାରେ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇ ଆସୁଅଛି । ସେହିପରି ୧୯୭୧ ମସିହାରୁ ମାର୍ଚ୍ଚ ୨୧ତାରିଖକୁ ବିର୍ଷ ଜଙ୍ଗଲ ଦିବସ ରୂପେ ପାଳନ କରାଯାଉଛି । ଏବେ ଏହି ପ୍ଲାଷ୍ଟିକ ପ୍ରଦୂଷଣ ଆମ ଚିନ୍ତାକୁ ବହୁଗୁଣିତ କରିଛି । ଏବେ ପ୍ଲାଷ୍ଟିକ୍ ଓ ପ୍ଲାଷ୍ଟିକ ତିଆରି ପଦାର୍ଥ ସାରା ବିଶ୍ୱରେ ଆବର୍ଜନାର ପାହାଡ ସୃଷ୍ଟି କରିଛି ପୃଥିବୀର ସବୁଠାରୁ ଧନଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା ହେଉ ବା ଭାରତ ଓ ଚିନପରି ଜନବହୁଳ ଦେଶ ହେଉ ସବୁଠି ପ୍ଲାଷ୍ଟିକ୍ ର ବହୁଳ ବ୍ୟବହାର । ବିଶ୍ୱ ପରିବେଶ ଦିବସ ପାଳନ କରିବାର ଉଦେ୍ଦଶ୍ୟ ହେଉଛି ପ୍ରଦୂଷଣର ଭୟଙ୍କରତା ସହ ପ୍ଲାଷ୍ଟିକ୍ ପ୍ରଦୂଷଣ ସମ୍ବନ୍ଧରେ ପ୍ରତ୍ୟେକ ଦେଶର ଜନସାଧାରଣଙ୍କୁ ସଚେତନ କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉସôାହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ସାରା ପୃଥିବୀରେ ପ୍ରତିଦିନ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି, ଏହାର ପ୍ରତିରୋଧ ପାଇଁ ଆଇନ୍ ପରେ ଆଇନ ତିଆରି ହେଉଛି । ମାତ୍ର ଏଥିରୁ ଆଶାଜନକ ସଫଳତା ମିଳୁନାହିଁ । ସେହିପରି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ ଅଧୀନରେ ଆଉ ଏକ ପରିଷଦ ଅଛି ଜାତୀୟ ବନୀକରଣ ଓ ପରିବେଶ ବିକାଶ ପରିଷଦ । ମାତ୍ର ଏସବୁ ବ୍ୟବସ୍ଥା ସତ୍ତ୍ୱେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ନୁହେଁ ।
ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡା ବୃକ୍ଷ ଶୂନ୍ୟ । କାଁ ଭାଁ ଦୁଇ ·ରିଟା ଗଛ ଥିବ କି ନ ଥିବ । ସେଗୁଡିକର ଶାଖା ମଧ୍ୟ କର୍ତ୍ତିତ । ଯାହାଫଳରେ ଅଦିନରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଡାକି ଆଣିଛୁ ବୋଲି କହିଲେ ଭୁଲ୍ ହେବ ନାହିଁ । ବିଗତ ଦିନରେ ମିଆଁମାର ଓ ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଲା ତାହାର ମୂଳ କାରଣ ହେଉଛି ଜଙ୍ଗଲ ଧ୍ୱଂସ । ଆମ ଦେଶରେ ମଧ୍ୟ ସେହିପରି ଜଙ୍ଗଲ ଧ୍ୱଂସ ଯୋଗୁଁ ଅସମୟରେ ବନ୍ୟା, ଝଡବାତ୍ୟା, ବଜ୍ରପାତ, ସୁନାମି, ଅଂଶୁଘାତ ଓ ଭୂକମ୍ପ ଭଳି ବିପର୍ଯ୍ୟୟର ସମ୍ଭାବନା ବଢି ବଢି ·ଲିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କେବଳ ଧନଜୀବନ ନୁହେଁ ପଶୁପକ୍ଷୀଙ୍କର,ଅବସ୍ଥା ନକହିଲେ ଭଲ । ଏକ ଆକଳନ ଅନୁସାରେ ୨୦୫୦ ମସିହା ସୁଦ୍ଧା ପୃଥିବୀର ତାପମାତ୍ରା ପ୍ରାୟ ୫ଡିଗ୍ରୀ ସେଲସିଅସ୍ ବୃଦ୍ଧି ପାଇପାରେ । ଯାହାର ପ୍ରତିକୂଳ ପ୍ରଭାବ ପୃଥିବୀର ଏକ ଚତୁର୍ଥାଂଶ ଜନସଂଖ୍ୟା ଉପରେ ପଡିିବାର ସମ୍ଭାବନା ରହିଛି ।
ପରିବେଶ ପ୍ରଦୂଷଣର ନିରାକରଣ ପାଇଁ ବ୍ୟାପକ ଭାବରେ ବୃକ୍ଷରୋପଣ, ସାମାଜିକ ବନୀକରଣ, ନୂତନ ଜଙ୍ଗଲ ସୃଷ୍ଟି ଉପରେ ଅଗ୍ରାଧିକାର ଦେବାକୁ ହେବ । ପରିବେଶ ସୁରକ୍ଷା ପାଇଁ ବିଶ୍ୱ ସ୍ତରରେ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ତାହା କେବଳ କୌଣସି ସଂଗଠନ ବା ପ୍ରତିଷ୍ଠାନ ଜରିଆରେ ସଂପୂର୍ଣ୍ଣ ସଫଳ ହେବା ଅସମ୍ଭବ । ବ୍ୟକ୍ତିର ସଚେତନତା ହିଁ ଏହାର ସଫଳତାର ଅସଲ ·ବିକାଠି । ପରିବେଶକୁ ଭଲପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରି ।
ମୋ-୯୯୩୭୧୫୧୦୫୨