ପଶୁଙ୍କ ପିଇବା ପାଇଁ କୁଣ୍ଡ ବଣ୍ଟନ କଲେ ବିଧାୟକ
ଝାରସୁଗୁଡ଼ା : ଝାରସୁଗୁଡାରେ ବିଜେପି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗାଈ ମାନଙ୍କ ପାଣି ପିଇବା ଅସୁବିଧାକୁ ଆଖି ଆଗରେ ରଖି ପିଇବା କୁଣ୍ଡ ବଣ୍ଟନ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ଆଜି ମାରୱାଡ଼ି ପଡା ଚବିଲା ହନୁମାନ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କିଛି କାମ ଜନ ଭାଗିଦାରୀରେ ହୋଇଥାଏ । ଝାରସୁଗୁଡ଼ା ସହରର ପ୍ରମୁଖ ଛକ ମାନଙ୍କରେ ପ୍ରଥମ ଥର କରି ଲୋକ ମାନେ ଗରମରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ଛାଉଣୀର ବ୍ୟବସ୍ତା କରାଯାଇଥିଲା । ସେହିପରି ଝାରସୁଗୁଡ଼ାରେ ସରକାରଙ୍କ ପକ୍ଷରୁ ଜଳଛÿତ୍ର ଖୋଲାଯାଇଥିବା ବେଳେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ପକ୍ଷରୁ ଜଳଛତ୍ର ମାନ ଖୋଲାଯାଇଛି ଯାହା ଗୋଟିଏ ପ୍ରକୃତରେ ଜନ ଭାଗିଦାରୀର କାର୍ଯ୍ୟ ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ । ତାହା ସହିତ ଆଗାମୀ ବର୍ଷରେ କିପରି ସ୍ଥାୟୀ ସେଡ ଲାଗିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି । ତାହା ସହିତ ଓଡ଼ିଶାରେ ଗଛକୁ ଠାକୁରଙ୍କ ସହିତ ତୁଳନା କରାଯାଏ । ତେଣୁ ସମସ୍ତେ ଗଛ ଲଗାଇବା ସହିତ ଗଛ ଗୁଡ଼ିକ ଯନô ନେବା ଆବଶ୍ୟକ ବୋଲି କହିଛନ୍ତି । ତାହା ସହିତ ଆଜିର ଯୁବକ ମାନେ ଯଦି ୧୦ଟି ଗଛ ଲଗାନ୍ତି ତେବେ ଆଗାମୀ ପିଢ଼ିକୁ ଗୋଟିଏ ସନେ୍ଦଶ ଦେବା ସହିତ ଝାରସୁଗୁଡ଼ାରେ ତାପମାତ୍ରା କମିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ହରି ଭଣ୍ଡାରି,ସ ତ୍ୟ ନାରାୟଣ ଅଗ୍ରୱାଲ, ପୁରୁଷୋତ୍ତମ ଟିବ୍ରେୱାଲ, ନରେଶ ଲୋଧା, ଘୋଗଡ ପୋଦାର, ନଟୱର୍ କେଜ୍ରିୱାଲ, କୈଳାଶ ରେଖାନି, ସୁଶିଲ ସରୱି, ଗୁଡୁ ଶର୍ମା, ରତନ ମୁନ୍ଦ୍ରା, ସଞ୍ଜୟ ସରୱି, ପ୍ରକାଶ ଶର୍ମା, ପ୍ରକାଶ ଶର୍ମା, ସନ୍ଦିପ ଶର୍ମା,ଶ୍ୟାମ ପୋଦାର ପ୍ରମୁଖ ଯୋଗ ଦେଇଥିଲେ ।