ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ସହରକୁ ଜଳ ଯୋଗାଣ ନେଇ ସାମାଜିକ କର୍ମୀ ଏବଂ ବିକାଶ ମଞ୍ଚର ମହତ୍ତ୍ୱ ପୂର୍ଣ୍ଣ ଅବଦାନ ରହିଅଛି । ପୂର୍ବରୁ ଗଭୀର ନଳକୂପ ଖୋଲି ଜଳ ଯୋଗାଣ ଲକ୍ଷ ଥିବା ବେଳେ ଭୁ-ତଳରେ ମାତ୍ରାଧିକ ଫ୍ଲୋରାଇଡ ଥିବା କାରଣରୁ ତିଖଳୀ ଜଳ ସେଚନ ପ୍ରକଳ୍ପରୁ ଖଡିଆଳ ସହରକୁ ପାଇପ ଯୋଗେ ଜଳ ଯୋଗାଣ ହେଉଅଛି । ଖଡିଆଳ ଠାରେ ନୂତନ ରୂପେ ଦୁଇ ଗୋଟି ଓଭର ହେଡ୍ ଜଳ ସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏକା ସାଙ୍ଗରେ ଖଡିଆଳ ସହର ପାନୀୟ ଜଳ ସୁବିଧା ଲାଭ ଉଥାଇବେ । ଚଳିତ ମାସ ଜଳ ଯୋଗାଣ ହେବା ନେଇ ପାଇପ କାର୍ଯ୍ୟର ପୂର୍ଣ୍ଣାଙ୍ଗ ରୂପ ନିରୀକ୍ଷଣ କରି ଜଳ ଯୋଗାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଅଛି । ବର୍ତ୍ତମାନ ଖଡିଆଳ ସହରରେ ତିନି ଗୋଟି ଓଭର ହେଡ଼ ଟାଙ୍କି ଏବଂ ଇଣ୍ଟେକ୍ ୱାଲ୍ ରହିଅଛି । ଆସନ୍ତା ୩୦ ବର୍ଷରୁ ଉର୍ଦ୍ଧ ସମୟ ହେଲେ ମଧ୍ୟ ଖଡିଆଳ ସହରରେ ପାନୀୟ ଜଳ ସମସ୍ୟା ଦେଖା ଯିବ ନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।