ପାରା ଆଥ୍‌ଲେଟଙ୍କୁ ହୁଇଲଚେୟାର ପ୍ରଦାନ ଦାବି 

ପାରା ଆଥ୍‌ଲେଟଙ୍କୁ ହୁଇଲଚେୟାର ପ୍ରଦାନ ଦାବି 

ଯାଜପୁର : ଶୁକ୍ରବାର ଜନୈକା ପାରା ଆଥ୍‌ଲେଟଙ୍କୁ ହୁଇଲଚେୟାର ନିମନ୍ତେ ଜିଲା ପ୍ରଶାସନକୁ  ନିବେଦନ ପତ୍ର ପ୍ରଦାନ ମାଧ୍ୟମରେ ଦାବି କରିଛନ୍ତି । ସୂଚନା ମୁତାବକ ସୁକିନ୍ଦା ବ୍ଲକ ବର୍ତଣ୍ଡା ପଞ୍ଚାୟତ ସୋଲାପୁର ଗ୍ରାମର ୨୬ ବର୍ଷୀୟା ନିତୁ ପ୍ରଧାନ ହେଉଛନ୍ତି ଜଣେ ପାରା ଆଥ୍‌ଲେଟିକ । ସେ ଓଡ଼ିଶା ରାଜ୍ୟ ପାରା ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ-୨୦୨୫୍‌ରେ ଡିସ୍‌କସ୍‌ ଥ୍ରୋ ଖେଳି ସ୍ୱର୍ଣ୍ଣପଦକ ଜିତି ଜିଲା ପାଇଁ ଗୌରବ ଆଣିଛନ୍ତି । ପାରା ଆଥ୍‌ଲେଟିକ୍ସ ଖେଳାଳିଙ୍କୁ ନିଓମୋସନ ହୁଇଲ ଚେୟାର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ । ହୁଇଲ ଚେୟାରରେ ପାରା ଆଥ୍‌ଲେଟିକ୍ସ ଖେଳାଳିଙ୍କୁ ଖେଳିବା ପାଇଁ ସୁବିଧା ହୋଇଥାଏ । ମାତ୍ର ସ୍ୱର୍ଣ୍ଣ ପଦକ ବିଜୟିନୀ ନିତୁ ପ୍ରଧାନଙ୍କୁ ଅଦ୍ୟାବଧି ନିଓମୋସନ ହୁଇଲ ଚେୟାର ମିଳିପାରିନାହିଁ ।

       ରାଜ୍ୟର ସମସ୍ତ ଜିଲାରେ ପାରା ଆଥ୍‌ଲେଟି୍‌କସ ଖେଳାଳିଙ୍କୁ ନିଓମୋସନ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ଯାଜପୁର ଜିଲାର ଅଦ୍ୟାବଧି କୌଣସି ପାରା ଆଥ୍‌ଲେଟିକ୍ସ ଖେଳାଳିଙ୍କୁ ନିଓମୋସନ ହୁଇଲ ଚେୟାର ଦିଆଯାଇନାହିଁ । ଯାହାକୁ ନେଇ ପାରା ଆଥଲେଟିକ ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପାରା ଆଥଲେଟିକ ଖେଳାଳିଙ୍କୁ ରାଜ୍ୟ ସରକାର ଖେଳରେ ଗୁରୁତ୍ୱ ଦେଉଥିବା ବେଳେ ଜିଲାର ସାମାଜିକ ସୁରକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେବା କେତେଦୂର ଯଥାର୍ଥ ବୋଲି ଅଭିଯୋଗ କରିଛନ୍ତି । ନିତୁଙ୍କୁ ଏହି ହୁଇଲ ଚେୟାର ସରକାରଙ୍କ ପକ୍ଷରୁ ପ୍ରଦାନ ନିମନ୍ତେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ସାମାଜିକ ସୁରକ୍ଷା ଅଧିକାରିଣୀ ଜାନକୀ ହେମ୍ବ୍ରମ୍ଭଙ୍କୁ ପଚାରିବାରେ ପାରା ଆଥଲେଟିକ ଖେଳାଳି ତାଙ୍କ ପାଖକୁ ଆସିନଥିବା ବେଳେ ଜିଲାପାଳଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି ।