ପିଏମ୍ ମହମ୍ମଦ ହନିଫଙ୍କ ବିୟୋଗରେ ଶୋକ
ପାରାଦୀପ : କୋଚିନ ଠାରେ ମେ ୪ ତାରିଖରେ ସର୍ବଭାରତୀୟ ବନ୍ଦର ଓ ପୋତାଶ୍ରୟ କର୍ମଚାରୀ ମହାସଙ୍ଘ ସଭାପତି ପିଏମ୍ ମହମ୍ମଦଙ୍କ ପରଲୋକ ଯାଇଥିବା ପରିପ୍ରେକ୍ଷୀରେ ପାରାଦ୍ୱୀପ ପୋର୍ଟ ୱାର୍କର୍ସ ୟୁନିଅନ୍ ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି ।
ହିନ୍ଦ ମଜଦୁର ସଭା ସହ ଅନୁବନ୍ଧିତ ପାରାଦୀପ ପୋର୍ଟ ୱାର୍କର୍ସ ୟୁନିଅନ ଓ ପାରାଦ୍ୱୀପ ଡକ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିଅନ ସର୍ବ ଭାରତୀୟ ବନ୍ଦର ଓ ପୋତାଶ୍ରୟ କର୍ମଚାରୀ ଫେଣ୍ଡେସନ ସହ ଅନୁବନ୍ଧିତ ହୋଇ ସର୍ବ ଭାରତୀୟସ୍ତରରେ ୩ଟି ପଦବିରେ ଅଧିଷ୍ଠିତ ହୋଇ ବନ୍ଦର ଓ ପୋତାଶ୍ରୟ କର୍ମଚାରୀଙ୍କ ଦାବି ଦେବା ଉପରେ ଦିବଂଗତ ସଭାପତି ସାଥି ହନିଫଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୋର୍ଡିନେସନ କମିଟି ସାମିଲ ହୋଇ ବିଚାର ବିମର୍ଶରେ ଭାଗ ନେଇଛନ୍ତି । ଏସ ଆର କୁଲକାର୍ଣ୍ଣିଙ୍କ ପରେ ସାଥି ହନିଫ ଫେଡେରେସନ ବହୁତ ଅଧୁରା କାର୍ଯ୍ୟ ପୂରଣ କରିବାରେ ସମର୍ଥ ହୋଇଛନ୍ତି । ସେ କେନ୍ଦ୍ରୀୟ କୋର୍ଡିନେସନ କମିଟିରେ ଆବାହକ ହିସାବରେ କାର୍ଯ୍ୟକରି ବନ୍ଦର ଓ ପୋତାଶ୍ରୟ କର୍ମଚାରୀଙ୍କ ଦରମା ନିର୍ଦ୍ଧାରଣ କମିଟିରେ ପ୍ରଧାନ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ବୋନସ ଓ ପେନସନ ନିର୍ଦ୍ଧାରଣ କରାଇବାରେ ଅନ୍ୟ ଫେଡେରେସନଙ୍କ ସହ ଭାଗିତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବନ୍ଦର ଓ ଡକ କର୍ମଚାରୀଙ୍କ ସହ ସବୁବେଳେ ରହି ସେମାନଙ୍କର ଚାକିରି କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ଆସୁଥିଲେ । ଏତଦ୍ ବ୍ୟତୀତ କୋଚିନ ପୋର୍ଟର ବିଭିନ୍ନ ଶ୍ରମିକ ସଂଗଠନ ସହ ଜଡିତ ଥିଲେ । ତାଙ୍କର ଆତ୍ମାର ସଦ୍ଗତି କାମନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ମୃତି ସଭାରେ ଫେଡେରେସନର ସଂଗଠନ ସମ୍ପାଦକ ନୃସିଂହ ପ୍ରସାଦ ଶତପଥୀ, ସମ୍ପାଦକ ଅନନ୍ତ ଦାସ, ଯୁଗ୍ମ ସମ୍ପାଦକ ଗୁଣନିଧି ଚୌଧୁରୀ, ୟୁନିଅନ କୋଷାଧ୍ୟକ୍ଷ ବ୍ରିଜେଶ ଲେଙ୍କା, ସମ୍ପାଦକ ବିପ୍ଲବ ଜେନାଙ୍କ ସମେତ ହିନ୍ଦ ମଜଦୂର ସଭା ସହ ଅନୁ ର୍ବନ୍ଧିତ ୟୁନିଅନ୍ କର୍ମକର୍ତ୍ତା କୁଶ ଚରଣ ସୁତାର, ବିଭୁଧେନ୍ଦ୍ର ମହାରଣା, ଅଜୟ ସାହୁ, ସମୀର ବିଶ୍ୱାଳ, ଶ୍ରୀକାନ୍ତ ରାୟ, ମନୋଜେ ନାୟକ ପ୍ରମୁଖ ଦିବଂଗତ ସାଥି ହନିଫଙ୍କ ସ୍ମୃତିଚାରଣ କରିବା ସହିତ ଅମର ଆତ୍ମାର ସଡଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।