ପିକୋଳ ରଜ ମହୋତ୍ସବ ଉଦ୍ୟାପିତ
ସାଲେପୁର: ସାଲେପୁର ବ୍ଲକ୍ ପିକୋଳ ପଞ୍ଚାୟତ ଲଙ୍ଗଳଧୂଆ ଗୋରଖନାଥ ୟୁଥ୍ କ୍ଲବ୍ ସଂଘର ସଦସ୍ୟମାନଙ୍କ ଦ୍ୱାରା ପିକୋଳ ଠାରେ ଆୟୋଜିତ ରଜ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଯୁବକମାନେ ଦୋଳି ଲଗାଇବା ସହିତ ସେଲ୍ଫି ପଏଣ୍ଟ୍ ଆୟୋଜନ କରିଥିଲେ । ପ୍ରଥମ ଦିନରେ ଗ୍ରାମର କୁନି କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ରଜରେ ସରସ୍ୱତୀ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବଳେ ତୃତୀୟ ତଥା ଅନ୍ତିମ ଦିବସରେ ଓଡ଼ିଶାର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ମହୋତ୍ସବର ଉଦ୍ୟାପନୀ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃତି କଳାକାରଙ୍କୁ ପୁରସ୍କୃତ କରିବା ସହିତ ଏହି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନ ପକ୍ଷରୁ ଆତସବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସାମ୍ବାଦିକ ମହେଶ୍ୱର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୈଳାସ ବେହେରା, ବନମାଳି ବେହେରା, ତପନ କୁମାର ପାତ୍ର, ପର୍ଶୁରାମ ବେହେରା, ବିରେନ୍ଦ୍ର ପାତ୍ର, ଧିରେନ୍ଦ୍ର ପାତ୍ର, ଅମରେନ୍ଦ୍ର ପାତ୍ର, ଭଗବାନ ବେହେରା, ଓମ୍ପ୍ରକାଶ ବେହେରା, ଦେବପ୍ରକାଶ ବେହେରା, ଉପେନ୍ଦ୍ର ପ୍ରଧାନ, ରୁଦ୍ରପ୍ରକାଶ ବେହେରାଙ୍କ ସମେତ ଗ୍ରାମବାସୀ ଓ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।