ପୀଡ଼ିତ ପରିବାରକୁ ସହାୟତା 

 ରାଜକନିକା : ରାଜକନିକା ବ୍ଲକ୍ ବରୁଣାଡ଼ିହା ପଞ୍ଚାୟତ ବରୁଣାଡିହା ଗାଁର ସଚିନ୍ ସ୍ୱାଇଁଙ୍କ ଗୋଡରେ ବ୍ଲଡ ସର୍କୁଲେସନ ହେଉ ନ ଥୁବାରୁ ତାଙ୍କର ଏକ ବଡ଼ ଅପରେସନ କରାଯିବା ପାଇଁ ୬ ରୁ ୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେଣୁ ଏହି ଦୁଃଖଦ ଖବର ପ୍ରଘଟ ପରେ ରାଜକନିକା ଅଞ୍ଚଳରେ ଥିବା ଅଗ୍ରଣୀ ଅନୁଷ୍ଠାନ "ଓଡିଶା ଟିମ୍ ହୁ୍ୟମାନୀଟି’ ଖବର ପାଇ ବରୁଣାଡ଼ିହା ଗାଁରେ ପହଞ୍ଚô ସଚିନ  ଧର୍ମ ପତ୍ନୀଙ୍କୁ ସହଯୋଗର ହାତ ବଢାଇ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ । ଏଥି ପାଇଁ ଏହି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।