ପୁଣି ବାଲି ଉଠାଇବାକୁ ମସୁଧା; ଗ୍ରାମବାସୀଙ୍କ ବିରୋଧ
ଯାଜପୁର ବ୍ଲକ ଅନ୍ତର୍ଗତ ଶାମଦାସପୁର ପଂଚାୟତର କଳସପୁର ଗ୍ରାମର ଖରସ୍ରୋତା ନଦୀର ବାଲିଘାଟକୁ ଗ୍ରାମବାସୀ ବିରୋଧ କରି ଦୀର୍ଘ ଏକ ବର୍ଷରୁ ଅଧିକ ଦିନ ହେବ ବନ୍ଦ କରିଦେଇଥିଲେ । ଏବେ କିନ୍ତୁ ପୁଣି ଘାଟକୁ ଚଲାଇବାକୁ କିଛି ଅସାଧୁ ଲୋକ ମନ ବଳାଇଛନ୍ତି । ଘଟଣାରୁ ପ୍ରକାଶ ଯେ ବାଲିଘାଟ ନିଲାମଧାରି ସରକାରୀ ନିୟମକୁ ଉଲ୍ଲଂଘନ କରି ନିର୍ଦ୍ଧାରିତ ଅଂଚଳ ଠାରୁ ଯଥେଷ୍ଟ ଅଧିକ ସ୍ଥାନରୁ ବାଲି ଉତୋଳନ କରୁଥିଲା । ଫଳରେ ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି ହେଉଥିଲା । ବାଲିଘାଟକୁ ଯିବା ଆସିବା କରିବାପାଇଁ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ରାସ୍ତା ଚିହ୍ନଟ କରିଥିବା ବେଳେ ଲିଜ୍ ଧାରି କିନ୍ତୁ ଜୋର୍ ଜବରଦସ୍ତ ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅତି ନିକଟରେ ଭାରିଯାନ ଗୁଡ଼ିକ ଯାତାୟାତ କରାଉଥିଲା । ଫଳରେ କୋମଳମତି ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ପିଲାମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥିଲା । ଏମିତିକି କଳସପୁର ଠାରୁ ରାଜଘାଟ ପର୍ଯ୍ୟନ୍ତ ୨କିମି ନଦୀବନ୍ଧ ରାସ୍ତାଟି ସମ୍ପୁର୍ଣ୍ଣ ଭାବେ ବାଲିଘାଟକୁ ଦୈନନ୍ଦିନ ଯା'ଆସ କରୁଥିବା ଶତାଧିକ ହାଇୱା କବଜାରେ ଥିଲା । କୌଣସି ଲୋକର ଶରୀର ଅସୁସ୍ଥ ହେଲେ କିମ୍ବା ଦୁର୍ଘଟଣା ଘଟିଲେ ଏହି ଗ୍ରାମକୁ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀର ଗାଡ଼ି ଆସିପାରେ ନାହିଁ । ଛାତ୍ରଛାତ୍ରୀ ଏହି ବାଟ ଦେଇ ସ୍କୁଲ କଲେଜ ଯାଇପାରନ୍ତିନାହିଁ । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇ ଏହି ଘାଟକୁ ବନ୍ଦ କରାଯାଇଥିଲା । ଏବେ କିନ୍ତୁ ସରକାରୀ ବାବୁମାନେ ଜାଣି ଅଜଣାପରି ଅଭିନୟ କରି ପୁଣି ବାଲି ଉତୋଳନ କରିବାକୁ ଠିକାଦାରଙ୍କ ସହିତ ମଧୁଚନ୍ଦ୍ରିକା କରିଥିବାର ଖବର ଶୁଣାଯାଉଛି । ପୂର୍ବରୁ ଏସମ୍ପର୍କରେ ଯାଜପୁର ତହସିଲଦାରଙ୍କ ଠାରୁ ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ଚାହିଁଥିଲୁ । ତହସିଲଦାର ତାଙ୍କ ଉତରରେ ରାଜଘାଟ ଠାରୁ କଳସପୁର ମଧ୍ୟରେ କୌଣସି ଭାରିଯାନ ଚଳାଚଳ କରୁନାହିଁ ବୋଲି ଜଣାଇଥିଲେ । ଏଥିରୁ ସ୍ପଷ୍ଟ ଯେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସମସ୍ତ ଆଇନ୍ କାନୁନ୍କୁ ଖାତିର ନକରି ଲୀଜ୍ଧାରି ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲା । ତେଣୁ ଏହି ବାଲିଘାଟକୁ ବିରୋଧ କରି ୨ଗୋଟି ଗ୍ରାମର ପୁରୁଷ, ମହିଳା, ଛାତ୍ରଛାତ୍ରୀ ରାସ୍ତାରୋକ କରି ଖୋଳୁଥିବା ଜେସିବିକୁ ଫେରାଇ