ପୁଲିସ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ

 ସାଲେପୁର :  ସାଲେପୁର ଆଦର୍ଶ ଥାନା ପକ୍ଷରୁ ଶିଶୁଆ ପୁରୁଷୋତ୍ତମପୁର ଗ୍ରାମର ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଏକ ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସାଲେପୁର ଥାନା ଆଇଆଇସି ଅନିତା ସାହୁ ଯୋଗ ଦେଇ ସଭାକୁ ପରିଚାଳନା କରିଥିବାବେଳେ ଏଏସ୍ଆଇ ନୀଳମାଧବ ପଣ୍ଡା, ରାଧାକାନ୍ତ ସାହୁ, ସନ୍ତୋଷ କୁମାର ବେହେରା ଏବଂ ଗୃହରକ୍ଷୀ ସୁଶାନ୍ତ କୁମାର ସ୍ୱାଇଁ ଉପସ୍ଥିତ ରହି ନିଜ ନିଜର ସଚେତନତା ବାର୍ତ୍ତା ଉପସ୍ଥାପନ କରିଥିଲେ । ଉକ୍ତ ସଭାରେ ଜଣେ ସାଧାରଣ ଲୋକ କିଭଳି କୌଣସି ପ୍ରକାର ସମସ୍ୟାରୁ ତ୍ୱରିତ ନ୍ୟାୟ ପାଇପାରିବେ ଏବଂ ଛୋଟ ଛୋଟ ଘଟଣାକୁ ସମାଧାନ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରାଯିବା ସହ ଜଣେ ସାଧାରଣ ଲୋକ ପୁଲିସ ସହ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରଖି ନିଜର ସମସ୍ୟାକୁ ପୁଲିସ ପାଖରେ ପହଞ୍ଚାଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ପୁଲିସ କିପରି ସମସ୍ତଙ୍କର ନିକଟତର ହୋଇ କାର୍ଯ୍ୟ କରିବା ସହ ଅପରାଧକୁ ରୋକିବାପାଇଁ କାର୍ଯ୍ୟ କରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଶିଶୁଆ ସରପଞ୍ଚ ପ୍ରତିନିଧି ସଂଜିବ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।