ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କବାଟବନ୍ଧ : ଗୁରୁବାର ଧର୍ମଶାଳା ବ୍ଲକ ମଧୁସୂଦନପୁର ପଞ୍ଚାୟତରେ ଜେନାପୁର ପୁଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରିଣୀ ନିରୂପମା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସବଇନ୍ସପେକ୍ଟର ଶଶୀଭୂଷଣ ପରିଡ଼ା, ମଧୁସୂଦନ ସରପଞ୍ଚ ରାÿଞ୍ଜୁଲତା ସ୍ୱାଇଁ, ମଧୁସୂଦନପୁର ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ଜନସାଧାରଣ,ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଯୁବକ, ମହିଳା ଯୋଗ ଦେଇଥିଲେ । ପୁଲିସ ପକ୍ଷରୁ ନିଶା କାରବାର ବୃଦ୍ଧି, ନିଶା ସେବନ ପ୍ରତି ଛାତ୍ରଛାତ୍ରୀ ଓ ଯୁବ ବର୍ଗ ଆକୃଷ୍ଟ ହେଉଥିବା ସମ୍ପର୍କରେ ଆଲୋଚନା କରାଯିବା ସହ ନିଶା ସେବନରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ସଚେତନତା କାର୍ଯ୍ୟକ୍ରମରେ ସାଇବର ଅପରାଧ ଏବଂ ପୋକ୍ସୋ ଆକ୍ଟ ସମ୍ବନ୍ଧରେ ବିସ୍ତୃତ ଭାବେ ଥାନା ଅଧିକାରିଣୀ ଉପସ୍ଥିତଙ୍କୁ ସଚେତନ କରିଥିଲେ । ସେହିପରି ନୂତନ ଭାବେ ପ୍ରଣୀତ ହୋଇଥିବା ଆଇନ ସମ୍ବନ୍ଧରେ ବିଶେଷ ଆଲୋଚନା କରାଯାଇଥିଲା ।