ପୁଲିସ ହ୍ୟାଣ୍ଡବଲ ଓ କବାଡି ପ୍ରତିଯୋଗିତାର ପଞ୍ଚମ ଦିନ
କେନ୍ଦୁଝର : ଗୁରୁବାର କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମ ଠାରେ ଫ୍ଲଡ଼ ଲାଇଟ ଏବଂ ସିନ୍ଥେଟିକ ଗ୍ରାଉଣ୍ଡରେ କେନ୍ଦୁଝର ପୁଲିସ ଆନୁକୂଲ୍ୟରେ ଅନୁଷ୍ଠିତ ୭୮ତମ ରାଜ୍ୟ ପୁଲିସ କବାଡି ଓ ଦଶମ ହ୍ୟାଣ୍ଡବଲ ପ୍ରତିଯୋଗିତାର ପଞ୍ଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ହ୍ୟାଣ୍ଡବଲ ଷ୍ଟାଡିୟମର ୨ ନମ୍ବର କୋର୍ଟରେ ସିନ୍ଥେଟିକ ମ୍ୟାଟରେ ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ପ୍ରଥମ କବାଡି ଖେଳରେ ଗ୍ରୁପ ସି’ରେ ଓଏସଏପି ତୃତୀୟ ବାଟାଲିୟନ କୋରାପୁଟ ୨୬ ପଏଣ୍ଟ ହାସଲ କରିଥିବା ବେଳେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦା ୨୦ ପଏଣ୍ଟ ହାସଲ କରିଛି ଏବଂ କୋରାପୁଟ ୬ ପଏଣ୍ଟରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି । ଦ୍ୱିତୀୟ ମ୍ୟାଚରେ ଗ୍ରୁପ ଡି ରେ ଓଏସଏପି ଚତୁର୍ଥ ବାଟାଲିୟନ, ରାଉରକେଲା ୧୮ ପଏଣ୍ଟ ହାସଲ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ୬ ପଏଣ୍ଟ ହାସଲ କରିଛି ଏବଂ ଏବଂ ଚତୁର୍ଥ ବାଟାଲିୟନ ରାଉରକେଲା ୬ ପଏଣ୍ଟରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି । ଓଏସଏପି ଷଷ୍ଠ ବାଟାଲିୟନ କଟକ, ରାଉରକେଲା, ଓଏସଏପି ଚତୁର୍ଥ ବାଟାଲିୟନ, ରାଉରକେଲା, ଦ୍ୱିତୀୟ ଆଇଆର ବାଟାଲିୟନ, ରାଏଗଡା, ସୁନ୍ଦରଗଡ଼, ତୃତୀୟ ଆଇଆର ବାଟାଲିୟନ, କଳିଙ୍ଗ ନଗର, ଗଜପତି ଏବଂ ଓଏସଏପି ତୃତୀୟ ବାଟାଲିୟନ, କୋରାପୁଟ କ୍ୱାଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ହ୍ୟାଣ୍ଡବଲ ଷ୍ଟାଡିୟମର ୧ ନମ୍ବର କୋର୍ଟ ରେ ଫ୍ଲଡ଼ ଲାଇଟ ଓ ସିନ୍ଥେଟିକ ଗ୍ରାଉଣ୍ଡରେ ଅନୁଷ୍ଠିତ ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଗ୍ରୁପ ଏ ର ପ୍ରଥମ ଖେଳରେ ଗତବର୍ଷର ଚମ୍ପିୟାନ ଓଏସଏପି ପ୍ରଥମ ବାଟାଲିୟନ ଢେଙ୍କାନାଳ ବିପକ୍ଷରେ ହ୍ୟାଣ୍ଡବଲର ଏନ୍ତୁଡିଶାଳ କୁହାଯାଉଥିବା କେନ୍ଦୁଝର ୨୧-୧୫ ଗୋଲରେ ବିଜୟୀ ହୋଇ ଗ୍ରୁପର ଶୀର୍ଷ ସ୍ଥାନ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରଥମ ବାଟାଲିୟନ ଢେଙ୍କାନାଳ ମଧ୍ୟ ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଆଜିର ଅତିଥି ଭାବେ ଓଏସଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡାର ଡେପୁଟି କାମାଣ୍ଡାଣ୍ଟ ଭବାନୀ ଶଙ୍କର ସେଠ, କେନ୍ଦୁଝର ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ ସମ୍ପାଦକ ରିତ୍ୱିକ ଅଧିକାରୀ ଯୋଗ ଦେଇଥିଲେ ।