ପୁସ୍ତକ ଦିବସ ଅନୁଷ୍ଠିତ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍)ଓ ସିମ୍ଫୋନିର ମିଳିତ ପ୍ରୟାସରେ ‘ବିଶ୍ୱ ପୁସ୍ତକ ଦିବସ' ସ୍ଥାନୀୟ ମାଧପୁରସ୍ଥିତ ପୁନର୍ବାସ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି  । ମାନବ ଜୀବନର ଗୁଣାତ୍ମକ ସମୃଦ୍ଧି ଓ ବିକାଶ ଯାତ୍ରାରେ ପୁସ୍ତକର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ସେଥି ନିମନ୍ତେ ଜାତିସଙ୍ଘର ୟୁନେସ୍କ ପକ୍ଷରୁ ପ୍ରତିବର୍ଷ ୨୩ ଏପ୍ରିଲକୁ ବିଶ୍ୱ ପୁସ୍ତକ ଦିବସ ରୂପେ ପାଳନ କରାଯାଉଛି  । ଏହି ଅବସରରେ ଜିଲ୍ଲାର ଦୁଇ ପ୍ରମୁଖ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ । ସାହିତି୍ୟକ ଯଥା କବୟିତ୍ରୀ ଓ କଥାଶିଳ୍ପୀ ଅର୍ଣ୍ଣପୂର୍ଣ୍ଣା ମହାନ୍ତି, ପ୍ରାବନ୍ଧିକ ନିରଞ୍ଜନ ମେକାପ, କବି ଓ ପାଠ୍ୟପୁସ୍ତକ ରଚୟିତା ଡ ଆଲୋକ ରାୟ, କବି କରୁଣାକର ଦାସ, କବି ଅକ୍ଷୟ କୁମାର ନାୟକ, ସିମ୍ଫୋନିର ସମ୍ପାଦକ ଡ଼. ବିନାୟକ ପ୍ରସାଦ ପ୍ରଧାନ ପ୍ରମୁଖ ମାନବ ଓ ପୁସ୍ତକର ସମ୍ପର୍କକୁ ଆଲୋଚନା କରିବା ସହ ସେମାନଙ୍କ ପ୍ରଥମ ବହି ପ୍ରକାଶନ ପୁଲକର ଅନୁଭୂତିକୁ ପରିପ୍ରକାଶ କରିଥିଲେ  । ବିଶିଷ୍ଟ ସାହିତି୍ୟକ ବିରଜା ରାଉତରାୟଙ୍କ ସଂଚାଳନାରେ ପ୍ରଥମ ପର୍ଯ୍ୟାୟ ଆଲୋଚନାର ସମାପନ ପରେ କେମ୍ର ସଭାପତି ଅକ୍ଷୟ ପାଣିଙ୍କ ସଂଯୋଜନାରେ ଏକ କବିତା ଅର୍ଘ ଅନୁଷ୍ଠିତ ହୋଇଛି । ନିକଟରେ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀର ପେହଲଗାଓଁରେ ନିରୀହ ଭାରତୀୟ ପର୍ଯ୍ୟଟକଙ୍କ ଅମାନୁଷିକ ଗଣହତ୍ୟାର ଶୋକ ଶ୍ରଦ୍ଧାଞ୍ଜଳି ‘କବିତାରେ ପେହଲଗାଓଁର ଅଶ୍ରୁରାଗ’ ଶୀର୍ଷକ ଏକ ସମ୍ବେଦନାଧର୍ମୀ କବିତା ପାଠ ଅନୁଷ୍ଠିତ ହୋଇଥିଲା । କେମ୍ର ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ଓ ଉପସଭାପତି ସରୋଜକାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିବାବେଳେ, ପରିଶେଷରେ ସିମ୍ଫୋନିର କୋଷାଧକ୍ଷ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ  ।