ପୂର୍ବ ଫଳପୁର ଉପ୍ରା ବିଦ୍ୟାଳୟର ବାର୍ଷିକ ଉସବ

ଧାମନଗର: ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହୀ ପଂଚାୟତର ପୁର୍ବ ଫଳପୁର ଉପ୍ରା ବିଦ୍ୟାଳୟର ବାର୍ଷିକ ଉସôବ ଗୁରୁବାର ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱୟଂ ପ୍ରଭା ନାୟକ  ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ସହକାରି ଶିକ୍ଷକ ସୁବ୍ରତ ଧଳ ସଭା ସଞ୍ଚାଳନା କରିଥିଲେ । ସରପଂଚ ସୀତାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଉତ୍ତମ ଶିକ୍ଷା ପାଇଁ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ପଣ୍ତିତ ନାରାୟଣ ମିଶ୍ର, କବିୟତ୍ରି ମନୋରମା ମହାନ୍ତି, ସାମ୍ୱାଦିକ ପ୍ରଦୀପ କୁମାର ମହାପାତ୍ର, ପ୍ରଧାନ ଶିକ୍ଷକ ନନ୍ଦ କିଶୋର ଦଳାଇ, ଦେବେନ୍ଦ୍ର ମଲିକ, ବିଜୟ ଦାସ, ବିନୋଦ ମଲିକ, ତୃପ୍ତି ବିଶ୍ୱାଳ ଶିବ ଚରଣ ମଲିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଦୋଳ ଗୋବିନ୍ଦ ପୃଷ୍ଟି ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ, ସିଆରସିସି ଅଭୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପଙ୍କଜ କୁମାର ସାମଲ ଓ ପ୍ରତୀଜ୍ଞା ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।