‘ପେଟ ପାଇଁ ନାଟ’ ନାଟକ ପୁରସ୍କୃତ

 ଜୟପୁର: ଶ୍ରାବଣୀ ପ୍ରସ୍ତୁତ ନାଟକ ‘ପେଟ ପାଇଁ ନାଟ’ ଓଡିଶା ନାଟକ ସଂଘ ଦକ୍ଷିଣ ଓଡିଶା ନାଟକ ସଂଘ ଦ୍ୱାରା ଆୟୋଜିତ ନାଟକ ମହୋସôବ ରେ ଅଂଶଗ୍ରହଣ କରି ବିପୁଳ ପ୍ରଶଂସା ସାଉଁଟିଛି । ନିରଞ୍ଜନ ପାଣିଗ୍ରାହିଙ୍କ ରଚନା ଓ ନିଦେ୍ର୍ଦଶନାରେ ନାଟକରେ ଅଂଶଗ୍ରହଣ କରିଥିଲେ କମଳା କାନ୍ତ ରଥ, ସୁରେଶ ହୋତା,  ନରସିଂହ ଷଡ଼ଙ୍ଗୀ, ପବିତ୍ର ମଲ୍ଲିକ , ନିବେଦନ ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ, ଅଭିନୟ କରିବା ବେଳେ ସଂଗୀତରେ ଥିଲେ ଜି. ମହେଶ ଓ ରାମନିଗମ ମହାନ୍ତି, ମଞ୍ଚ ସଜ୍ଜା ଓ ରୂପ ସଜ୍ଜାରେ ଭଗବାନ ସାହୁ, ସହାୟତା ଏମଡି ସରିଫ, ଲାଲୁ ମିଶ୍ର ରହିଥିଲେ । ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ କ’ଣ ନ କରିପାରେ । ସମାଜ ସହିତ ଲଢ଼ିଯାଏ, ନୀତି ନିୟମକୁ ଖାତିରି ନକରି ଆଗକୁ ମାଡ଼ିଯାଏ  । ନିଜ ପରିବାର ପାଇଁ ସବୁକିଛି କରିପକାଏ  । ସେ ଆଇଏଏସ ଅଫିସର ହେଉ ବା ଦିନ ମଜୁରିଆ ସମସ୍ତେ ପେଟ ପାଇଁ ନାଟ କରନ୍ତି, ହେଲେ ପେଟର ଭୋକ ମେଣ୍ଟି ଯାଇପାରେ କିନ୍ତୁ ମନର ଭୋକ ମେଣ୍ଟିବା ବହୁତ କଷ୍ଟ ଏଭଳି ଏକ ପରିସ୍ଥିତିରେ ମଣିଷର ସଂଘର୍ଷ ଏଭଳି ଏକ କାହାଣୀକୁ ଧରି ନାଟକଟି ଗତିଶୀଳ ହାଇଥିଲା  । ସମସ୍ତ ପ୍ରବୀଣ ଅଭିନେତା ଅଭିନେତ୍ରୀଙ୍କ ଉଦ୍ୟମ ପାଇଁ ଜୟପୁର ଶ୍ରାବଣୀକୁ ମିଳିଛି ବିପୁଳ ପ୍ରଶଂସା  । ହାସ୍ୟ ଅଭିନେତା ଏମଡି ସରିଫ, ଲେଖେକ/ନିଦେ୍ର୍ଦଶକ ନିରଞ୍ଜନ ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଛି  । ଓଡିଶା ନାଟ୍ୟ ସଂଘ ସମସ୍ତ କଳାକାରଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ବରିଷ୍ଠ କଳାକାର ଗୌରୀ ରଥ, ସୁଦାମ ବିଶୋଇ,  ବୁଲୁ ରଥ, ଦୁର୍ଗା ରଥ, ସମୀର ମହାପାତ୍ର, ମାନସ ପଣ୍ଡା, ଅତୁନ ପଟନାୟକ ଓ କେସିସିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତି ଥିଲେ  ।