ପୋଖରୀରୁ ପଙ୍କୋଦ୍ଧାର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ଏସି ସ୍ଥିତ ନିଲଜି ବନ୍ଦ ପୋଖରୀ ପଙ୍କୋଦ୍ଧାର ନେଇ ପରିଷଦ ନିଜସ୍ୱ ପାଣ୍ଠିରୁ କାର୍ଯ୍ୟ ଆରମ୍ଭ ପାଇଁ ପୂଜାର୍ଚ୍ଚନା କରିଛନ୍ତି । ନିଲଜି ପୋଖରୀ ଠାରେ ଖଡ଼ିଆଳ ଏନ୍ଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ । ଏଥିରେ ରାଜ ପୁରୋହିତ ପ୍ରଫୁଲ୍ଲ ରଥ ଯୋଗ ଦେଇ ପୋଖରୀର ପ୍ରତିଷ୍ଠା ପୂଜା ଖୁବ୍ଶୀଘ୍ର  ହେବ ବୋଲି କହିଥିଲେ । ଏଥିରେ ୱାର୍ଡ ସଭ୍ୟ ସୁବର ସିଂ ଦେଓ, ସୁନିଲ ସାହୁ, ସହକାରୀ ଯନ୍ତ୍ରୀ ଅରୁଣ ପାତ୍ର, ପୂର୍ବତନ ଉପାଧ୍ୟକ୍ଷ ଛବିଲାଲ ଦୀପଙ୍କ ସମେତ ଏସ୍ଏଚ୍ଜି ସଦସ୍ୟାମାନେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଏନ୍ଏସି ଅଧ୍ୟକ୍ଷ ଗୁପ୍ତା ଯୋଗ ଦେଇ ଖୁବଶୀଘ୍ର ନିଲଜି ପୋଖରୀ ତାର ପୂର୍ବ ଗୌରବ ଫେରି ପାଇବ ବୋଲି କହିଥିଲେ । ଏହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସରକାରଙ୍କୁ ଏକ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରାଯାଇଛି ।