ପୋଖରୀରେ ଅଳିଆ ଆବର୍ଜନା ବୃଦ୍ଧି ପାଉଛି ମଶା ବଂଶ
ବରୀ : ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଗାଡିଆ ଓ ପୋଖରୀରେ ଦଳ, ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି । ଆବର୍ଜନା କାରଣରୁ ମଶା ଓ ମାଛି ବଂଶବୃଦ୍ଧି ପାଉଛି । ଫଳରେ ବିଭିନ୍ନ ରୋଗ ସାଙ୍ଗକୁ ଜ୍ୱର ପ୍ରକୋପ ବୃଦ୍ଧି ପାଉଛି । ଦୀର୍ଘ ଦିନ ଧରି ଗାଢ଼ିଆ, ପୋଖରୀରେ ନାଗଦଳ ସହିତ ଅଳିଆ, ଆବର୍ଜନା ରହୁଥିବାରୁ ମଶା ଓ ମାଛି ସୃଷ୍ଟି ହେଉଛନ୍ତି । ବର୍ଷା ଦିନ ଥିବାରୁ ବିଶେଷ ଭାବେ ସନ୍ଧ୍ୟା ହେଲେ ଘର ଦୁଆର ମୁହଁରେ ବସିବା କଷ୍ଠକର ହେଇପଡୁଛି । ଫଳରେ ଦିନକୁ ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଏହାର ନିରାକରଣ ପାଇଁ ତୁରନ୍ତ ଗଢିଆ, ପୋଖରୀରେ ପରିପୂର୍ଣ ଦଳକୁ ପରିଷ୍କାର କରିବା ପାଇଁ ଦାବି ହେଉଛି ।