ପୌରପରିଷଦର ସାଧାରଣ ବୈଠକ
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ପୌରପାଳିକା ବୈଠକ ଗୃହରେ ହିଞ୍ଜିଳିକାଟୁ ପୌରପରିଷଦର କାଉନସିଲର ମାନଙ୍କୁ ନେଇ ୨୧ ତମ ପୌରପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରପାଳିକା ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଉପସ୍ଥିତ ଥିଲେ । ପ୍ରଥମେ ସମସ୍ତ କାଉନସିଲରଙ୍କ ସହ ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ହିଞ୍ଜିଳି ବିଧାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ପ୍ୟାରୀମୋହନ ପାଢିଙ୍କୁ ଫୁଲତୋଡ଼ା ସହ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।ମୁନିସିପାଲିଟି ର ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ଶେଷ କରିବା ଉପରେ ଆଲୋଚନା ହୋଇଥିଲା । ହିଞ୍ଜିଳିକାଟୁ ପୌରପରିଷଦ ଖୁଚୁରା ପରିବା ବଜାର ରେ ଚାଷୀ ମାନଙ୍କ ଆଦାୟ ପରିବା ବିକ୍ରୟ କରିବା ପାଇଁ ସ୍ଥାନ ନିରୂପଣ କରିବା ପାଇଁ ବିସ୍ତ୍ରୁତ ଆଲୋଚନା ହୋଇଥିଲା । ହିଞ୍ଜିଳିକାଟୁ ପୌରପରିଷଦର ସମସ୍ତ ୱାର୍ଡର ଉନ୍ନତିକରଣ ନିମନ୍ତେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ୧୦ ନଂ ୱାର୍ଡ ସଭ୍ୟା ସୁପ୍ରଭା ମହାରଣା, ୧୨ ନଂ ୱାର୍ଡ ସଭ୍ୟା ରୁକ୍ମିଣୀ ବିଷୋଈ, ୧୬ ନଂ ୱାର୍ଡ ସଭ୍ୟା ମଧୁସ୍ମିତା ବେହେରା ୨୧ନଂ ୱାର୍ଡ ସଭ୍ୟା ସୁଜତା ସ୍ୱାଇଁ, ନିଜ ନିଜ ୱାର୍ଡର ଉନ୍ନୟନମୁଳକ କାର୍ଯ୍ୟ ଓ ବିଭିନ୍ନ ସମସ୍ୟା ବାବଦରେ ନିଜ ଦାବି ଉପସ୍ଥାପନ କରିଛନ୍ତି । ପୌରପରିଷଦ ସମସ୍ତ ଓାର୍ଡରେ ସ୍ୱଚ୍ଚତା ଓ ସଫେଇ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଜଣାଇଛନ୍ତି । ବୈଠକରେ ପୌରପାଳିକା ରସହକାରୀ ଯନ୍ତ୍ରୀ ମୁକେଶ କୁମାର ପ୍ରଧାନ, ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲୀପ କୁମାର ମିଶ୍ର ଓ ସମସ୍ତ ପୌରକର୍ମଚାରୀଙ୍କ ସହ ୧୮ ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।