ପୌରାଧକ୍ଷା ମହିଳା ନେତ୍ରୀଙ୍କୁ ଫ୍ଲାଗ ଷ୍ଟାଣ୍ଡରୁ ଓହ୍ଲାଇ ଦେଲେ 

 ଟାଙ୍ଗୀ-ଚୌଦ୍ୱାର : ସାରା ରାଜ୍ୟରେ ପାଳିତ ହେଉଛି ସ୍ୱାଧୀନତା ଦିବସ । ଅତି ଆଶ୍ଚର୍ଯ୍ୟ ଓ ବିଡମ୍ବନାର ଦୃଶ୍ୟ ଦେଖିବାକୁ ମିଳିଛି ଚୌଦ୍ୱାର ପୌରପାଳିକା ର ଅନ୍ତର୍ଭୁକ୍ତ ଥିବା ମୁ୍ୟନିସିପାଲିଟି ହାଇସ୍କୁଲରେ । ଆଜିର ଏହି ମିଳିତ ପରେଡ କାର୍ଯ୍ୟକ୍ରମରେ ଅଂଚଳର ବରିଷ୍ଠ ପାରିଷଦ, ନିର୍ବାହୀ ଅଧିକାରୀ ଓ ଉପାଧ୍ୟାକ୍ଷ ଓ ଅଧକ୍ଷାଙ୍କ ଉପସ୍ଥିତି ଥିବା ବେଳେ, ମିଳିତ ପରେଡରେ ଛାତ୍ର ଛାତ୍ରୀ ମାନେ ପ୍ରବଳ ଖରାରେ ଛିଡା ହେବା ସହ ବର୍ଷାରେ ଭିଝି ପରେଡ କରିଥିଲେ ।  ଅନ୍ୟ ପକ୍ଷ ରେ ପତାକା ଉତୋଳନ ହେବା ସମୟରେ ମୁଖ୍ୟଅତିଥି ଚୌଦ୍ୱାର କଟକର ବିଧାୟକ ସୌଭିକ ବିଶ୍ୱାଳ ବର୍ଷାରେ ଛତାରେ ଆସିଥିଲେ ।  ଏଥିସହିତ ଚୌଦ୍ୱାର ପୌର ପାଳିକା ପିଲାମାନଙ୍କୁ ବର୍ଷା ଓ ଖରା ରୁ ରକ୍ଷା କରିବା ପାଇଁ ଏକ ଟେଣ୍ଟ  ବ୍ୟବସ୍ଥା ନକରିବା ଓ ମିଳିତ ପରେଡ ରେ ବହୁ ପାରିଷଦ ଉପସ୍ଥିତ ନ ରହିବା ଘଟଣାକୁ ନାପସନ୍ଦ କରିଛନ୍ତି ଅଂଚଳର ବୁଦ୍ଧିଜୀବୀ ମାନେ ।  ସରକାରଙ୍କ ବଜେଟ କମ ଥିବାରୁ କିଛି କରିନଥିଲେ । ଅନ୍ୟ ପକ୍ଷରେ ପୌରାଧକ୍ଷ ମାନସୀ ସ୍ୱର୍ଣପ୍ରଭା ସାମଲ ନିଜ ଦଳର କିଛି ମହିଳା ଛାମୁଆ ନେତ୍ରୀ ଫ୍ଲାଗ ଷ୍ଟାଣ୍ଡକୁ ଯାଇଥିବାବେଳେ ତାଙ୍କୁ ଦୁର୍ବ୍ୟବହାର କରିବା ଓ ସେମାନେ ବିଧାୟଙ୍କ ନିକଟରେ ଅଭିଯୋଗ କରିବା ଘଟଣା ଅଂଚଳରେ ଚର୍ଚ୍ଚା ଜୋର ଧରିଥିଲା ।